ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂତନ ଭାବେ ନିର୍ମାଣ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ବିଭିନ୍ନ ସମସ୍ୟା ଘେରରେ ଥିବା ଜିଲ୍ଲା ମୁଖ୍ୟାଳୟ ବିବାଦ ପିଛା ଛାଡ଼ୁ ନାହିଁ । ଆମେ ଡାକ୍ତରଖାନାରେ ଦୁର୍ଘଟଣାଗ୍ରସ୍ତ ରୋଗୀ ହେଉ କିମ୍ୱା ଅନ୍ୟ କିଛି ଗୁରୁତର ବେମାର ଥିବା ରୋଗୀ ମୃତ୍ୟୁ ବରଣ କରୁଥିବା ଜାଣିଛୁ । କିନ୍ତୁ ହସ୍ପିଟାଲରେ ଗାଈଗୋରୁ ମରିବାଟା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ । ରାଜ୍ୟ ସରକାର ମଡେଲ ଡ଼ାକ୍ତରଖାନା ମାନଙ୍କରେ ବିଏମ୍ଡ଼ବ୍ଲୁଏମ୍ ବାୟୋ ମେଡିକାଲ୍ ୱେଷ୍ଟ ମେନେଜମେଣ୍ଟ ନାଁରେ ଡ଼ାଇଲେସିସ ସେଣ୍ଟରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ରିସାଇକିଲ କରି ପିଚୁ ତିଆରି କରିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ମେଗା ପ୍ଲାଣ୍ଟ ପ୍ରପର୍ଲି ପ୍ରୋସେସ ହେଉ ନ ଥିବାରୁ ପ୍ଲାଣ୍ଟ ରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଏବଂ ଡ଼ାଇଲେସିସ ସେଣ୍ଟରରୁ ବାହାରୁ ଥିବା ବର୍ଜ୍ୟବସ୍ତୁ କୁ ବାଡା ବାହାରେ ଫିଙ୍ଗି ଦେଉଥିବାରୁ ଏହାକୁ ଖାଇବା ଏବଂ ଦୂଷିତ ପାଣି କୁ ପିଇବା ଦ୍ୱାରା ଅନେକ ଗାଈଗୋରୁ ହସ୍ପିଟାଲ ପାଖ ଆଖରେ ମରୁଥିବା ଭଳି ଆଜି ସାଙ୍ଘାତିକ ଖବର ଆସିଛି । ସେପଟେ ସିଡିଏମଓ ଏବଂ ହସ୍ପିଟାଲ ମ୍ୟାନେଜରଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଅଭିଯୋଗ ହେଉଥିଲା ବେଳେ କାହାରି କଥା ସେମାନେ କର୍ଣ୍ଣପାତ କରୁ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣ ରେ ଦାବୀ ହେଉଛି ।