oom

ପାଇକମାଲରେ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଯାଇଛି । ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଚୟନ କମିଟିରେ ସଭାପତି ଭାବରେ ସୁଶାନ୍ତ ନାଗ, ଉପସଭାପତି ରାଜେଶ ଅଗ୍ରୱାଲ, ସଂପାଦକ ଆଶୁତୋଷ ସାହୁ, ସହ ସଂପାଦକ ଯୋଗେନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ମହେଶ କୁମାର ଅଗ୍ରୱାଲ, ସଭ୍ୟ ସରୋଜ ସାମଲ, ଗୋଲ୍ପୁ ଅଗ୍ରୱାଲ, ବିନୋଦ କାଲିଆ, ମନୋଜ ତ୍ରିବେଦୀ, ଲିଙ୍ଗରାଜ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଶ୍ରୀପତି ସାହୁ, ନନ୍ଦକିଶୋର ଶ୍ରୀବାସ୍ତବ, ଆଦିତ୍ୟ ପଣ୍ଡା, ବିଜୟ ସ୍ଵାଇଁ, ଲାଲା ସାହୁ ପ୍ରମୁଖ ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟିରେ ମନୋନୀତ କରାଯାଇ ଥିବାବେଳେ ପୂଜା କର୍ତ୍ତା‌ ଭାବେ ସୁବାଷ ମେହେର ଓ ତାଙ୍କ ସହଧର୍ମିଣୀ‌ ଶ୍ରୀୟା ମେହେର‌ ପୂଜା କାର୍ଯ୍ୟ ‌ନିର୍ବାହ କରିବା ପାଇଁ ‌ସ୍ଥିର କରାଯାଇଛି । ପାଇକମାଲରେ ସାର୍ବଜନୀନ ଦୁର୍ଗାପୂଜା ଆସନ୍ତା ଅକ୍ଟେ।ବର ୩ ତାରିଖରେ କଳସ ଯାତ୍ରା ଓ ଦର୍ଶକ ମାନଙ୍କ ମନୋରଂଜନ ପାଇଁ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅପୋରା, ମେଲୋଡି, ଦଣ୍ଡ ଆଦି କାର୍ଯ୍ୟକ୍ରମ ହେବା ପାଇଁ ସ୍ଥିର କରାଯାଇଛି । ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାରେ ଦର୍ଶକ ମାନଙ୍କ ପାଇଁଁ ବିଶେଷ ଆକର୍ଷଣ ରାବଣ ପୋଡି ରହିଛି । ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାକୁ ଆକର୍ଷଣୀୟ ମନୋଲୋଭା‌ ତୋରଣ ସହିତ ଶାନ୍ତିଃ ଶୃଙ୍ଖଳାରେ ସମାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସଭାପତି ସୁଶାନ୍ତ ନାଗ ମତବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.