oum

ବୀଣାପାଣି ଶିକ୍ଷାସୌଧ ଆବାସିକ ବିଦ୍ୟାଳୟର ଶିକ୍ଷଣ ପରିଭ୍ରମଣ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୀଣାପାଣି ଶିକ୍ଷାସୌଧ ଆବାସିକ ବିଦ୍ୟାଳୟ ଗଇଁନ୍ତଲାର ଶିକ୍ଷଣ ପରିଭ୍ରମଣ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶିକ୍ଷଣ ପରିଭ୍ରମଣ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ହିରାକୁଦ ସ୍ଥିତ ଜୱାହର ଉଦ୍ୟାନ, ଗାନ୍ଧୀମିନାର, ଜିରୋପଏଣ୍ଟ, ନେହେରୁମିନାର, ପାୱାର ହାଉସ୍‌, ବିଜ୍ଞାନ ପାର୍କ ଏବଂ ବୁର୍ଲାସ୍ଥିତ ପ୍ଳାନେଟାରିୟମ୍‌ ଆଦି ସ୍ଥାନ ପରିଭ୍ରମଣ କରି ଫେରି ଆସୁଛନ୍ତି । ଏ ଅବସରରେ ମହାନଦୀର ବୃହତ ବଂଧ, ପାର୍କର ଅନେକ ବିଜ୍ଞାନ ମଡେଲ ଏବଂ ବିଶେଷ ଭାବରେ ପ୍ଲାନେଟାରିୟମରେ ଗ୍ରହମାନଙ୍କ ଉତ୍ପତ୍ତି ବିଷୟରେ ପିଲାଏ ଜ୍ଞାନ ଆହରଣ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି, ଶିକ୍ଷକଗଣ ଏବଂ ଅଭିଭାବକମାନଙ୍କ ସହଯୋଗ କ୍ରମେ ପରିଭ୍ରମଣ କାର୍ଯ୍ୟକ୍ରମଟି ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.