ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଚେତନତା ରଥ ପରିଭ୍ରମଣ

  • ସ୍ୱଳ୍ପ ସଞ୍ଚୟ ଯୋଜନାରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟୀତା ଦିବସ ଜିଲ୍ଲା ମହକୁମା ଛତ୍ରପୁର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ରବିବାର ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଚେତନତା ରଥ ପରିଭ୍ରମଣରେ ବାହାରିଛି । ସ୍ୱଳ୍ପ ସଞ୍ଚୟ ଯୋଜନାରେ ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି, ବୋଲି ସରକାରୀ ଭାବେ କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଅବସରରେ ବାହାରିଥିବା ଜନ ସଚେତନତା ନିମନ୍ତେ ସ୍ୱଳ୍ପ ସଞ୍ଚୟ ରଥଟିକୁ ସବୁଜ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଛନ୍ତି । ବିଶ୍ୱ ମିତବ୍ୟୟୀତା ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ ବୁଝାଇ ଜିଲ୍ଲାପାଳ ଏହା କହିଥିଲେ, କଲେକଟ୍ରେଟ୍ ପରିସରରେ ଅନୁଷ୍ଠିତ ଆନୁଷ୍ଠାନିକ ସଭାରେ ଜନସାଧାରଣ ସେମାନଙ୍କର କଷ୍ଟ ଉପାର୍ଜିତ ଅର୍ଥର ସଠିକ ବ୍ୟବହାର ଓ ସୁରକ୍ଷିତ ବିନିଯୋଗ କରିବାର ଆବଶ୍ୟକତା ସମ୍ପର୍କରେ ବୁଝାଇ ସ୍ୱଳ୍ପ ସଞ୍ଚୟ ଯୋଜନା ବିଷୟରେ କହିଥିଲେ । ନିଜ ଅର୍ଜିତ ଧନକୁ ସଂନ୍ଦିଗ୍ଧ, ଅଣ-ବ୍ୟାଙ୍କିଙ୍ଗ, ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାରେ ନ ରଖି ସରକାରୀ ସ୍ୱୀକୃତିପ୍ରାପ୍ତ ନିର୍ଭର ଯୋଗ୍ୟ ଅନୁଷ୍ଠାନରେ ରଖନ୍ତୁ । ଯାହା ଫଳରେ ଠକାମିରେ ନପଡି ଅର୍ଥ ସଠିକ ସ୍ଥାନରେ ସୁରକ୍ଷିତ ରହିବା ଭଳି ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କିଙ୍ଗରେ ଜମା ରଖିବାକୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ବୁଝାଇଥିଲେ । ଗଞ୍ଜାମ ଜିଲ୍ଲାରେ ସ୍ଵଳ୍ପ ସଞ୍ଚୟ ବିଭାଗର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଜମାରାଶି ରଖିଥିବା ଯୋଗୁଁ ସବୁବେଳେ ପ୍ରଶଂସିତ ହୋଇଆସୁଛି ବୋଲି କହିଥିଲେ । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ଏଜେଣ୍ଟମାନଙ୍କୁ ଧନ୍ୟବାଦ ଅର୍ପଣ କରି ଜମାପୁଞ୍ଜି ବୃଦ୍ଧି କରାଇବା ଦିଗରେ ଜନସାଧାରଣଙ୍କ ଠାରେ ପ୍ରୋତ୍ସାହନ ସୃଷ୍ଟି କରିବାକୁ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଯୋଗଦେଇ ଅଣ ସ୍ୱୀକୃତିପ୍ରାପ୍ତ, ଅଣ ଅଧିକୃତ ଓ ଅଣ ପଞ୍ଜିକୃତ ସଂସ୍ଥା କିମ୍ବା ଅନୁଷ୍ଠାନ ବ୍ୟକ୍ତିଙ୍କ ମାଧ୍ୟମରେ ଅର୍ଥ ନିବେଶ ଏବଂ ଅର୍ଥ ଜମା ସଞ୍ଚୟ ନ କରିବାକୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଯୋଜନା ଅଧିକାରୀ ହରି ଚରଣ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ବିଶ୍ୱ ମିତବ୍ୟୟୀତା ଦିବସର ତାପ୍ତର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସଞ୍ଚୟ ଯୋଜନା କ୍ଷେତ୍ରରେ କାର୍ଯ୍ୟରତ ଏଜେଣ୍ଟମାନଙ୍କର ଗୁରୁ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ଶ୍ରୀ ମିଶ୍ର ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ସକାଶେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ଵଳ୍ପ ସଞ୍ଚୟ ରଥ ଛତ୍ରପୁର ସହର, ଚମାଖଣ୍ଡି, ବ୍ରହ୍ମପୁର ସହରରେ ପରିଭ୍ରମଣ କରି ଜନସଚେତନତା ସୃଷ୍ଟି କରିଥିଲା । ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଂଗୃହୀତ ସଚେତନତା ଭିଡ଼ିଓ ସଞ୍ଚୟ ରଥରେ ପ୍ରଦର୍ଶିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ ପରିଡା, ସ୍ଵଳ୍ପ ସଞ୍ଚୟ ଏଜେଣ୍ଟ ସଂଗଠନର ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକ, ସମ୍ପାଦକ ଉଦୟ ନାଥ ମହାନ୍ତି, କୋଷାଧ୍ୟକ୍ଷ ବିନୋଦ କୁମାର ରାଉତ, ଛତ୍ରପୁର ସହର ସ୍ଵଳ୍ପ ସଞ୍ଚୟ ପ୍ରତିନିଧି ପ୍ରଭକାର ରାଓ, ପ୍ରସନ୍ନ ପାତ୍ର, କ୍ଷୀରୋଧ ରଥ, ବ୍ରହ୍ମପୁର ଓ ଭଞ୍ଜନଗର ଉପଖଣ୍ଡର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.