ମାୟାବର୍ହା ହାଇସ୍କୁଲର ଶିକ୍ଷଣୀୟ ପରିଭ୍ରମଣ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ମଙ୍ଗଳବାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶୟତଙ୍କ ତତ୍ତ୍ଵାବଧାନରେ ସମ୍ବଲପୁର ଜିଲ୍ଲା ସ୍ଥିତ ଘଣ୍ଟେଶ୍ୱରୀ ପୀଠ, ପ୍ଲାନେତୋଟିଅମ୍, ହୀରାକୁଦ ବନ୍ଧ, ନେହେରୁ ମୀନାର ଓ ସମଲେଶ୍ଵରୀ ମନ୍ଦିର ଭଳି ବିଭିନ୍ନ ଐତିହାସିକ ସ୍ଥାନକୁ ବାର୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ନନ୍ଦିଘୋଷ ବାରିକ, ମନୋଜ କୁମାର ପୁଝାରୀ, ସମ୍ପଦ ଖମାରୀ, ସ୍ନିଗ୍ଧା ପ୍ରଧାନ, କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଦଳରେ ଭାଗ କରାଯାଇ ପରିଭ୍ରମଣ ସ୍ଥାନ ସମୂହକୁ ପରିଦର୍ଶନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଦିଗ ଦର୍ଶନ ପ୍ରଦାନ କରିଥିଲେ । ଶିକ୍ଷକ ଚିନ୍ମୟ କୁମାର ଦାସ, ରାଜୁ ମେହେରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ପରିଭ୍ରମଣ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ଶପଥ କରିଥିଲେ । ଛାତ୍ରୀ ପ୍ରୀତି ପଧାନ, ଅଭ ସାହୁ, ପୂଜା ରାଣୀ ଦୀପ, ଦୀପ୍ତିଶିଖା ବାଗ, ଝରଣା ସାହୁ ପ୍ରମୁଖ ଶିକ୍ଷକ କିରଣଙ୍କ ନେତୃତ୍ଵରେ ପରିଭ୍ରମଣ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ମୀନକେତନ ଦାସ, ବିଭୀଷଣ ଖମାରୀ, ସମୀର କାଠର, ସୁରଜ୍ ଖମାରୀ, ଶୋଭାଗିନି ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ସୂର୍ଯ୍ୟକାନ୍ତି କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.