
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଠ୍ୟକ୍ରମକୁ ସରସ, ସୁନ୍ଦର ଓ ଛାତ୍ରୀଙ୍କ ମାନସିକ, ବୌଦ୍ଧିକ ଜ୍ଞାନର ବିକାଶ ନିମନ୍ତେ ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ କଠିନ ପ୍ରୟାସ କରିଛନ୍ତି । ନବମ, ଦଶମ ଶ୍ରେଣୀର ୭୬ ଜଣ ଛାତ୍ରୀଙ୍କୁ ନେଇ ୨୪ ତାରିଖ ଭୁବନେଶ୍ୱରର ଐତିହାସିକ ପୀଠ ଖଣ୍ଡଗିରି, ଉଦୟଗିରି, ରାଜାରାଣୀ ମନ୍ଦିର, କେଦାର ଗୌରୀ, ଲିଙ୍ଗରାଜ ମନ୍ଦିର, ଧଉଳି, ରାଜ୍ୟ ସଂଗ୍ରହାଳୟ, ନନ୍ଦନକାନନରେ ପରିଭ୍ରମଣ ଶିକ୍ଷାଦାନ ଶିକ୍ଷୟତ୍ରୀ ଉଷା ଦାସ, ଅନିମା ରାଉତ ପ୍ରଦାନ କରିଛନ୍ତି । ୨୫ ତାରିଖ କୋଣାର୍କ, ଚନ୍ଦ୍ରଭାଗାରେ ଶିକ୍ଷାଦାନ କରିଥଲେ ସଙ୍ଗୀତା ସାହୁ, ରଞ୍ଜିତା ସାହା । ୨୬ ତାରିଖ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ, ଗୁଣ୍ଡିଚା ମନ୍ଦିର ଦର୍ଶନ, ବଙ୍ଗୋପସାଗର ପରିଭ୍ରମଣ ସେବକ ସେଠ, ନମିତା ସାହୁ, ସତ୍ୟ ସାହୁ, ପାର୍ବତୀ ରାଉତଙ୍କ ନେତୃତ୍ୱରେ ଶିକ୍ଷାଦାନ କରିଥଲେ । ୨୭ ତାରିଖ ଓଡ଼ିଶାର ରାଜ୍ୟପାଳଙ୍କ ସହିତ ଛାତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଥିଲା ଯାହାକି ଜରୁରୀ କାରଣ ବଶତଃ ବାତିଲ ହୋଇଛି ଏବଂ ଆସନ୍ତା ଜାନୁଆରୀ ମାସରେ ପୁଣି ନବମ ଶ୍ରେଣୀ ଛାତ୍ରୀଙ୍କ ସହିତ ଶିକ୍ଷକ, ଶିକ୍ଷୟିତ୍ରୀ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ । ଏହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ନେତୃତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ସୁଚାରୁ ରୂପେ ପରିଚାଳିତ ହୋଇଛି । ବିଦ୍ୟାଳୟର ଏପରି ପ୍ରୟାସ ପାଇଁ ଅଭିଭାବକ, ଶିକ୍ଷାବିତ୍, ବୁଦ୍ଧିଜୀବୀଙ୍କ ମହଲରେ ଖୁସି ଅନୁଭବ ହେବା ସହିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଏପରି ପ୍ରୟାସକୁ ପ୍ରଶଂସା କରିଛନ୍ତି ।