ସଦାଇପାଲି ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳନ

ସଦାଇପାଲି, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦାଇପାଲିରେ ବଲାଙ୍ଗିର ସଦର ବି.ଇ.ଓ. ଦିଲିପ କୁମାର ଯୋଷୀ, ଏ.ଡି.ଇ.ଓ. ସୁଶ୍ରୀ ରୀନା ବେହେରା,ଏ. ବି.ଇ ଓ. ସନ୍ଧ୍ୟାରାଣୀ ଧରୁଆ, କ୍ଲଷ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡା ଓ ସି.ଆର.ସି. ନିରାକାର ସାଏ, ଉପସ୍ଥିତ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି, ତୁଷୁରାବାହାଲ ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ସୁବ୍ରତ ପଟେଲ, ବୀରମୁଣ୍ଡା ଉ.ପ୍ରା.ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତେଜରାଜ କୁମ୍ଭାର ଇତ୍ୟାଦି ଗଣମାନ୍ୟ ବ୍ୟକ୍ତିବିଶେଷ ତଥା ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗିତାରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । “ଲନିଙ୍ଗ୍ ଏଟ୍ ଡୋର୍ ଷ୍ଟେପ୍ ” ମିଶନକୁ ଆଖି ଆଗରେ ରଖି ଗାଁଆ ଭିତରକୁ ଯାଇ ସୁଶ୍ରୀ ବେହେରା ମେଡମ ଓ ଶ୍ରୀଯୁକ୍ତ ଯୋଷୀ ପିଲାଙ୍କୁ ଶିକ୍ଷାଦାନ କରିଥିଲେ । ବିଦ୍ୟାଳୟର ପରିବେଶକୁ ଉପସ୍ଥିତ ସମସ୍ତ ଶିକ୍ଷାବିତ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.