ଜଂଗଲ ବିଭାଗ ଓ ତାଲୁକ ଆଇନ ସେବା କମିଟି ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

କଂଟାବାଂଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜଦ୍ୱାରା ସୋମବାର ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଭୀଷଣ ଖରା ଯୋଗୁଁ ପୂର୍ବାହ୍ନରେ କଂଟାବାଂଜି ଫରେଷ୍ଟ ସେକ୍ସନ ଅଧିନସ୍ଥ ହିଆଁଲ ପଂଚାୟତ ଢୁଷାମୁଣ୍ଡା ଗାଁରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ଅବସରରେ ପଂଚାୟତର ଶତାଧିକ ପରିବେଶବିଦ୍‌ ସହ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କଂଟାବାଂଜି ରେଂଜ ଅଫିସର ଶ୍ରଦ୍ଧାଦେବ ବଡମାଲି, ସଦର ଫରେଷ୍ଟର ବିଘ୍ନରାଜ ପୋଢ, ମହୁଲପାଟି ଫରେଷ୍ଟର ନୃପମଣି ମହାନନ୍ଦ, ଢୋଲମାନ୍ଦଲ ଫରେଷ୍ଟର ଘନଶ୍ୟାମ ପଶାୟତ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଗ୍ରାମ୍ୟ ଜଂଗଲ ସୁରକ୍ଷା କମିଟି ଓ ସ୍ୱେଛାସେବୀ ସଂଗଠନ ସହ ମହିଳାମାନେ ସହଯୋଗ କରିଥିଲେ । ସେହିପରି ଅପରାହ୍ନରେ ସ୍ଥାନୀୟ କେ.ଭି. କଲେଜ ପରିସରରେ କଂଟାବାଂଜି ତାଲୁକ ଆଇନ ସେବା କମିଟି ଦ୍ୱାରା ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳନର ମହତ୍ୱ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ପରିବେଶ ସୁରକ୍ଷାକୁ ନେଇ ଆମ୍ଭର ଦାୟିତ୍ୱ ଓ ଉପକାରିତା ଉପରେ ବକ୍ତାମାନେ ନିଜ ନିଜସ୍ୱ ମତ ଦେଇଥିଲେ । ଏହାର ସନ୍ତୁଳନ ପାଇଁ ବନୀକରଣର ଆବଶ୍ୟକତା ହୋଇଛି ଏଥିପ୍ରତି ସମସ୍ତଙ୍କ ମଧ୍ୟରେ ଜାଗୃତି ଆବଶ୍ୟକ ବୋଲି ଅତିଥିମାନେ ନିଜ ନିଜସ୍ୱ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ, (ମୁଖ୍ୟଅତିଥି) ଜେ.ଏମ୍‌.ଏଫ୍‌.ସି ରାହୁଲ କୁମାର ଜେନା, ଓକିଲ ସଂଘ ସଭାପତି ସମିମ ଅହମ୍ମଦ ଖାନ, ଥାନା ଆଇ.ଆଇ.ସି. ରଶ୍ମିତା ବେହେରା, ଫରେଷ୍ଟ ରେଂଜ ଅଫିସର ଶ୍ରଦ୍ଧାଦେବ ବଡମାଲି(ସମ୍ମାନିତ ଅତିଥି) ଭାବେ ମଂଚାସୀନ ଥିଲେ । ସଭାକୁ କଲେଜର ଓଡିଆ ଅଧ୍ୟାପକ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ । ଏହି ଦିବସ ପାଳନ ଅବସରରେ କଲେଜର ପି.ଜି. ଡିପାର୍ଟମେଂଟ ଓଡିଆ ବିଭାଗର ଛାତ୍ରୀ, ସମସ୍ତ ଜଂଗଲ ବିଭାଗ ଅଧିକାରୀ ଓ କର୍ମଚାରୀ, ପି.ଏଲ୍‌.ଭି. ମେମ୍ବର, ଓକିଲ ସଂଘର ସଭ୍ୟମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସଭା କାର୍ଯ୍ୟ ପୂର୍ବରୁ କଲେଜ ପରିସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.