centurian jitm

ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏକମାତ୍ର ପୃଥିବୀ ପ୍ରସଙ୍ଗକୁ ନେଇ ପରିବେଶ ଦିବସ କରାଯାଉଥିବାରୁ ଆଗାମୀ ପୀଢି ବଂଶଧରମାନଙ୍କ ପାଇଁ ମାଟି, ପାଣି ଓ ପବନକୁ ପ୍ରଦୂଷଣ ମୁକ୍ତ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଏହି ଅବସରରେ ଅନୁଷ୍ଠିତ ସଭାରେ ମତପ୍ରକାଶ ପାଇଥିଲା । ଏକ ପ୍ରଦୂଷଣ ମୁକ୍ତ ପୃଥିବୀ ପାଇଁ ସମସ୍ତେ ସଚେତନ ରହିବା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଯେ, ଗଛର ବିକଳ୍ପ ନାହିଁ । ଆମେ ନିଶ୍ୱାସରେ ପରିତ୍ୟାଗ କରୁଥିବା ଅଙ୍ଗାରକାମ୍ଲକୁ ଗଛ ଗ୍ରହଣ କରି ଆମକୁ ଅମ୍ଲଜାନ ପ୍ରଦାନ କରୁଛି । କିନ୍ତୁ ଆମ ଦେଶରେ ମୁଣ୍ଡ ପିଛା ଗଛ ସଂଖ୍ୟା ମାତ୍ର ୨୮ । ଭବିଷ୍ୟତରେ ଜନସଂଖ୍ୟା ଠାରୁ ଗଛ ସଂଖ୍ୟା କମିଯିବାର ଆଶଙ୍କା ରହିଛି ବୋଲି ଉଦବେଗ ପ୍ରକାଶ କରିଥିଲେ । ତେଣୁ ସମସ୍ତଙ୍କୁ ବୃକ୍ଷରୋପଣ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ସମ୍ଭକାର ହେମନ୍ତ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପରିବେଶରେ ସୁରକ୍ଷାକୁ ନେଇ ରାଷ୍ଟ୍ରୀୟ ଗୁରୁଦାୟିତ୍ୱ ରହିଛି ବୋଲି କହିଛନ୍ତି । ପ୍ରକୃତି ଓ ପରିବେଶକୁ ସୁରକ୍ଷା କରାଯାଇ ବିକାଶର ମାର୍ଗ ପ୍ରଶସ୍ତ କରାନଗଲେ ମାନବ ସମାଜର ବିନାଶକୁ ନିମନ୍ତ୍ରଣ କରିବା ଭଳି ହେବ । ରାଷ୍ଟ୍ରର ବିକାଶ ନୀତିରେ ପରିବର୍ତ୍ତନ କରାଯାଇ ପରିବେଶ ସୁରକ୍ଷାକୁ ପ୍ରାଥମିକତା ବିକାଶ କରାଗଲେ ପରିବେଶ ପ୍ରଦୂଷଣକୁ ହ୍ରାସ କରାଯାଇ ପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପୌରାଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥା ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର ପୃଥିବୀ ମଣିଷ ସମାଜର ମା’ । ମା’କୁ ସୁରକ୍ଷା ଦେବା ସମସ୍ତଙ୍କ ଦାୟିତ୍ୱ । ଅନ୍ୟତମ ଅତିଥି ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର ବଲାଙ୍ଗିରରେ ଥିବା ଖାଲି ଜାଗାରେ ଗଛ ଲଗାଇ ସବୁଜ ବଲାଙ୍ଗିର କରିବାକୁ ଆହ୍ୱାନ ଦେଇଥିଲେ । ବଲାଙ୍ଗିର ଦିନ୍‌ କମିଟିର ଜୟକୃଷ୍ଣ ମିଶ୍ର ସଭାରେ ସଭାପତିତ୍ୱ କରିଥିବା ବେଳେ ଅର୍ଜୁନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆୟୋଜନ କମିଟିର ସମ୍ପାଦକ ତଥା କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ୟୋକ୍ତା ସ୍ୱାଗତ ଭାଷଣ ଦେଇଥିବା ବେଳେ ମାହେଶ୍ୱରୀ ଅନୁଷ୍ଠାନର ଶୋଭନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଥିବା ସବୁଜ ବାହିନୀ ଓ ସାଥୀ, ଦେଓଗାଁ ବ୍ଲକର ବଗଡ଼ା ଗାଁର ଗ୍ରୀନ୍ ଆର୍ମୀ ସଙ୍ଗଠନ ୧୨ ହଜାର ବରଗଛ ରୋପଣ ଅନୁଷ୍ଠାନର ସଦସ୍ୟା/ସଦସ୍ୟା, ବିଗତ ବର୍ଷରେ ଚାରା ବଣ୍ଟନ କରୁଥିବାରୁ ମାହେଶ୍ୱରୀ ମହିଳା ଶାଖା ଓ ଖାଲି ସ୍ଥାନରେ ଚାରା ରୋପଣ କରୁଥିବା ଗୋ ଗ୍ରୀନ ଅନୁଷ୍ଠାନକୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଡ.ଘାସିରାମ ମିଶ୍ର ଏବଂ ଓକିଲ ବିଜୟାନନ୍ଦ ମିଶ୍ର, ମାଧବ ପୁରୋହିତ, ଶୁଭ୍ରାଂଶୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରତନ ମହାରାଣା, ରସରାଜ ଅଚ୍ୟୁତ ପୁରୋହିତ, ନାଗରିକ କମିଟିର ସମ୍ପାଦକ ଶିକ୍ଷାବିତ୍ ମନୋରଂଜନ ସାହୁ, ଗୋପଭୂଷଣ ନାଥ, ବିଧୁଭୂଷଣ ତ୍ରିପାଠୀ, ଆନନ୍ଦ ବଡ଼ପଣ୍ଡା, ସଂଦୀପ ବାଗ, କିଶୋର ବରିହା, ଦିନେଶ ଶର୍ମା, ଲୋଟସ୍ ଷଡ଼ଙ୍ଗୀ, ବ୍ୟାସଦେବ ନନ୍ଦ, ରଂଜିତ ମିଶ୍ର, ଦିଗମ୍ବର ନାଏକ, ରାମ ନାରାୟଣ ଦାଶ, ରଙ୍କ ପଣ୍ଡା, ବିକାଶ ସାଙ୍କ ସମେତ ବିଭିନ୍ନ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.