om academy

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ଵ ପରିବେଶ ଦିବସ ପାଳିତ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସହପ୍ରଧାନ ଆଚାର୍ଯ୍ୟ ନୃପରାଜ୍ ସେଠ୍ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା ଶିଶୁମାନଙ୍କୁ ପରିବେଶ ସୁରକ୍ଷାର ମହନୀୟ ତତ୍ତ୍ଵ ଉପରେ ସୁଦୀର୍ଘ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ମାନସ ରଂଜନ ସେଠ୍ ମଞ୍ଚରେ ଉପସ୍ଥିତ ଥିଲେ । ଟିଟିଲାଗଡ଼ ବନ ବିଭାଗର ଅଧିକାରୀ ଲିଙ୍ଗରାଜ ଭୋଇ, ଅମରିଶ ବୁଡେକ୍, ସଂଜୀବ କଟା, ବିପିନ ସାହୁ, ସୁରେନ୍ଦ୍ର ମହାରଣା ଓ ଶ୍ରୀମତୀ ପ୍ରିୟଙ୍କା ପୋଡ଼ ଉପସ୍ଥିତ ରହି ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ, ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ଲିଙ୍ଗରାଜ ଭୋଇ ଶିଶୁମାନଙ୍କୁ ବୃକ୍ଷର ଆବଶ୍ୟକତା ଓ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ । ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଶ ସୁରକ୍ଷାର ଜନ ଜାଗରଣ ପାଇଁ ନଗର ପରିକ୍ରମା କରଯାଇଥିଲା । ପଙ୍କଜ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପ୍ତି ହୋଇଥିଲା ।

Leave A Reply

Your email address will not be published.