
ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ତଥା ରାମ ବିଳାସ ଏଣ୍ଡ ସନସର ପ୍ରତିଷ୍ଠାତା ରାମ ବିଳାସ ଗୋଏଲଙ୍କ ନିଧନ : ଅଞ୍ଚଳରେ ଶୋକାକୁଳ ପରିବେଶ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଅପରାହ୍ନ ଦିନ ଅପରାହ୍ନ ୧୨ ଟା ୧୫ ମିନିଟ ସମୟରେ ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ରାମ ବିଳାସ ଗୋଏଲଙ୍କ ନିଧନ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ରେଳବାଇ ଠିକା ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଥିବା ଏହି କମ୍ପାନୀର ମୂରବୀ ରାମ ବିଳାସ ଗୋଏଲଙ୍କ ନିଧନରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ଦୁଃଖଦ ସମୟରେ ପୁଅ ଶମ୍ଭୁ ପ୍ରସାଦ ଗୋଏଲ, ଯମୁନା ପ୍ରସାଦ ଗୋଏଲ, ଶ୍ୟାମ ଗୋଏଲ, ମନୋଜ ଗୋଏଲ, ନାତି ଶୈଳେଶ ଗୋଏଲଙ୍କ ସମେତ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ଚ୍ୟାମ୍ବର ଅଫ କମର୍ସର ସଭାପତି ଈଶ୍ୱର ଜୈନ, ଚାଟାର୍ଡ ଆକାଉଣ୍ଟାଣ୍ଟ ରାକେଶ ଜୈନ, ବଣିକ ସଂଘର ସଦସ୍ୟ ରୀଙ୍କୁ ଅଗ୍ରୱାଲ, ସଂଭୁ ଅଗ୍ରୱାଲ, ଶ୍ରୀକାନ୍ତ ଅଗ୍ରୱାଲ, ବସନ୍ତ ସାହୁ, ଲାୟନସ କ୍ଲବର ସଭାପତି ସଞ୍ଜୟ ସୋନି, କୋଷଧକ୍ଷ ବିନୟ ଜୈନ, ସଦସ୍ୟ ଆବାସ ଖାଁ, ସଞ୍ଜୟ ନାୟକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଯାଇ ଭେଟି ଶୋକ ଶନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।