oom

ତେତେଲପଡା ଗାଁରେ ଶ୍ରମିକ ଶକ୍ତି ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁରେ ଆଜି ଶ୍ରମିକ ଶକ୍ତି ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୈଠକ, ରାଲି ଇତ୍ୟାଦି ସଚେତନ କାର୍ଯ୍ୟକ୍ରମ ଗୁଡିକ କରାଯାଇଥିଲା । ମୂଖ୍ୟତଃ ପ୍ଲାଷ୍ଟିକ ବ୍ୟବହାର କମକରିବା, ଜୈବିକ ଚାଷକୁ ଗୁରୁତ୍ୱ ଦେବା, ବହୁତ ସଂଖ୍ୟକ ଗଛ ଲଗାଇବା ସହିତ ଜଂଗଲ ସୁରକ୍ଷାକୁ ଗୁରୁତ୍ୱଦେବା ଏ ଉପରେ ସଚେତନ କରାଯାଇଥିଲା । ୨୦୨୪-୨୫ ମସିହାର ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଭୁବନେଶ୍ୱର କୃଷି ଶିକ୍ଷା ସଦନ (ଓ ୟୁ ଏ ଟି) ଠାରେ ତା ୦୫.୦୬. ୨୦୨୫ ରିଖ ଦିନ ପରିବେଶ ଓ ଜଙ୍ଗଲ ବିଭାଗ ମଂତ୍ରୀଙ୍କ ଦ୍ୱାର। ସମ୍ମାନ ଜନକ ” ପ୍ରକ୍ରୁତି ମିତ୍ର ” ପୁରସ୍କାର ଶ୍ରମିକ ଶକ୍ତି ସଂଘକୁ ପ୍ରଦାନ କରାଯାଇଛି । ଶ୍ରମିକ ଶକ୍ତି ସଂଘ ତରଫରୁ ଗୁରୁ ଗୋବିନ୍ଦ ସିଂହ ମାଝୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.