ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ଦେଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ରବିବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ନଂ ୱାର୍ଡର ବ୍ୟାରେକ ସ୍କୁଲ ନିକଟରେ ପରିବେଶ ସୁରକ୍ଷା ନିମନ୍ତେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସଭାପତି ତଥା କାଉନସିଲର ଦେବାଶିଷ (ବୁନୁ) ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ବୃକ୍ଷର ଯତ୍ନ ନେବା ସାଂଗକୁ ସାମାଜିକ ବନୀକରଣ ଏବଂ ପରିବେଶ ସୁରକ୍ଷା ଦିଗରେ ବୃକ୍ଷର ମହତ ଅବଦାନ ସମ୍ପର୍କରେ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ଏହି ଅଵସରରେ କାଉନସିଲର ସନ୍ତୋଷୀ ସେଠି, ପ୍ରୀତିଛନ୍ଦା ସାମଲ, କେ.ରମେଶ, ରାଧେଶ୍ୟାମ ଫାଉଣ୍ଡେସନ ଆଇନ ପରାମର୍ଶଦାତା ଆଡଭୋକେଟ ବିଜୟ କୃଷ୍ଣ ପଟ୍ଟନାୟକ, ଉପଦେଷ୍ଠା ପ୍ରଶାନ୍ତ କୁମାର ଶତପଥି ଓ ଗୌରୀ ଶଙ୍କର ପାଢ଼ୀ, ସମ୍ପାଦିକା ଝିଲିବାଳା ରାଉତ, ସହ-ସମ୍ପାଦିକା ଗୀତା ସାହୁ, ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୂଖ ପଟ୍ଟନାୟକ, ବିଜୁ ଆଇନ ସାମ୍ମୁଖ୍ୟର ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ.ଗୋପାଲ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, କାଳୀ ପ୍ରସାଦ ଦାଶ, କୃଷ୍ଣ ବେହେରା, ପ୍ରଦୀପ ପାତ୍ର, ଛତ୍ରପୁର ଏନ.ଏ.ସି.ର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାପତି ପୂର୍ଣ୍ଣବାସୀ ମହାପାତ୍ର, ସୁଜାତା ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ ।

jittmm
Leave A Reply

Your email address will not be published.