ଦେଶୀଲରେ ପାରିବାରିକ କଳହରୁ ବିବାହିତା ମହିଳାଙ୍କ ଆତ୍ମହତ୍ୟା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଦେଶୀଲ ଗ୍ରାମର ଲଳିତା ଓରଫ ଦ୍ରୋପଦୀ ଆଡଯୁଆଡ (୩୮)ନାମକ ଜଣେ ବିବାହିତା ମହିଳା ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଦେଶୀଲ ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ ପାର୍ଶ୍ୱର ନିଜ କପା ଆଟରେ ଥିବା ଏକ ଆମ୍ବ ଗଛରେ ନିଜ ଓଢ଼ଣି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଦେଶୀଲ ଗ୍ରାମର ଝିଅ ଲଳିତା ଓରଫ ଦ୍ରୋପଦୀଙ୍କୁ ବିବାହ କରି ଲେଞ୍ଜା ଗ୍ରାମର ଲକ୍ଷ୍ମଣ ଆଡଯୁଆଡ(୪୨) ନିଜ ଦୁଇ ଝିଅ ଓ ଜଣେ ପୁଅଙ୍କ ସହ ଘରଜ୍ୱାଇଁ ଭାବରେ ଏହି ଗାଁରେ ରହୁଥିଲେ । ଏହି ପରିବାର ସହ ଗାଁରେ ଥିବା ନିଜ ଅନ୍ୟ ସମ୍ପର୍କୀୟମାନଙ୍କ ଜମିବାଡ଼ି ଭଳି ପାରିବାରିକ ସମସ୍ୟା ଲାଗିରହିଥିବା ଜଣାପଡିଛି । ଏହାକୁ କେନ୍ଦ୍ର କରି ଲଳିତା ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିବା ବେଳେ ରାତିରେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ସ୍ଵାମୀ ଲକ୍ଷ୍ମଣଙ୍କ ଏତଲା ଆଧାରରେ ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ୍‌ ନଂ ୧୪/୨୪ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.