ସଲଡିହି ଗାଁରେ ହାତୀ ଆକ୍ରମଣରେ ତିନି ମୃତ ଘଟଣା : ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ବିଜେପି ନେତା ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଠୁଗୁଡା ଗ୍ରାମପଞ୍ଚାୟତ ସଲଡ଼ିହି ଗ୍ରାମ ସ୍କୁଲ ପଡାର ବିପିନ ବରିହାଙ୍କ ସ୍ତ୍ରୀ ଏବଂ ଝିଅ ଓ ପୁଅ ଗତ ୧୭ ତାରିଖ ସୋମବାର ଦିନ ମଧ୍ୟ ରାତ୍ରୀରେ ହାତୀ ଆକ୍ରମଣରେ ଦୁଃଖଦ ମୃତ୍ୟୁ ଘଟଣା ଘଟିଥିବା ବେଳେ ନିଜେ ବିପିନ ବରିହା ଏବଂ ତାଙ୍କ ଅନ୍ୟ ଏକ ପୁଅ ମଣ୍ଟୁ ବରିହା ଆହତ ହେବା ଓ ହାତୀମାନଙ୍କ ଦ୍ୱାରା ବିପିନଙ୍କ ଘର ଭଙ୍ଗା ଘଟଣାକୁ ନେଇ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଗୋବର୍ଦ୍ଧନ ଭୁଏ ଏବଂ ତାଙ୍କ ସହ କର୍ମୀମାନେ ସଲଡିହି ଗାଁରେ ପହଞ୍ଚି ବିପିନଙ୍କୁ ଭେଟିବା ସହ ଘଟଣାର ଅନୁଧ୍ୟାନ କରି ଫେରିଥିବା ବେଳେ ପଦ୍ମପୁର ଡାକ୍ତରଖାନାକୁ ଯାଇ ଅନ୍ୟ ଆହତଙ୍କୁ ଭେଟିଛନ୍ତି । ଘଟଣାରେ ଉଚିତ୍‌ କ୍ଷତିପୂରଣ କିଭଳି ଯଥାଶୀଘ୍ର ପାଇ ପାରିବେ ସେଥିପାଇଁ ଗୋବର୍ଦ୍ଧନ ଚେଷ୍ଟା କରିବେ ବୋଲି କହି ପରିବାରର ସମସ୍ତଙ୍କୁ ଭେଟି ସମବେଦନା ଜଣାଇ ଫେରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ସୋମବାର ମଧ୍ୟ ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ସୋଇଥିବା ସମୟରେ ଘର ପଛ ପଟୁ ହାତୀ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ଦଳି ଦେଇ ମାରିଦେଇଥିବା ଦୁଃଖଦ ଘଟଣା ଘଟିଥିଲା । ଜଣେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏହି ଅଭାବନୀୟ ଘଟଣାଟି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡ଼ୁଆଲ ଅଞ୍ଚଲରୁ ଆସିଥିବା ସୁଚନା ରହିଛି । ସଲଡିହି ଗାଁର ବିପିନ ବରିହାଙ୍କ ୩୦ ବର୍ଷୀୟ ସ୍ତ୍ରୀ ବନ ବରିହା, ୩ ବର୍ଷୀୟ ପୁଅ ଆଦିତ୍ୟ ବରିହା ଓ ୧୦ ବର୍ଷୀୟ ଝିଅଙ୍କୁ ହାତୀ ପଲ ଦଳି ମାରି ଦେଇଥିଲେ । ଘଟଣାକୁ ନେଇ ବନବିଭାଗ କର୍ମଚାରୀଙ୍କ ୩ ଟିମ୍ ଗଠନ କରାଯାଇ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀ ଘୋଡ଼ାଇବା ସହ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସତର୍କ କରାଯାଉଥିବା ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ଘଟଣା ପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଲିଯାଇଥିବା ବେଳେ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ଠାରେ ଶବ ବ୍ୟବଚ୍ଛେଦ କରାଯାଇଛି । ଘଟଣାସ୍ଥଳରେ ଜଙ୍ଗଲ ବିଭାଗର ଜିଲ୍ଲା ଉଚ୍ଚ ପଦାଧିକାରୀ ପହଞ୍ଚି ତଦନ୍ତ କରିଥିବା ବେଳେ ପଦ୍ମପୁରର ବିଜେପି ନେତା ଗୋବର୍ଦ୍ଧନ ଭୁଏ ପିଡିତ ଓ ଆହତ ପରିବାର ବର୍ଗଙ୍କୁ ଭେଟିଛନ୍ତି ।

Leave A Reply

Your email address will not be published.