centurian jitm

ବିଷ ପିଇ ଗୋଟିଏ ପରିବାରର ୩ ମୃତ

nschool

ବ୍ରହ୍ମପୁର : ଗଞ୍ଜାମ ପାଳିବନ୍ଧ ଗାଁରେ ଅଭାବନୀୟ ଘଟଣା । ବିଷ ପିଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଆଉ ସମସ୍ତଙ୍କୁ ଏମ୍‌କେସିଜିରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ପୋଲିସ ଘଟଣା ସଂପର୍କରେ ଖବର ପାଇ ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ଥିବା ଏକ ଘରେ ତିନି ଜଣ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସକାଳୁ କୌଣସି କାମରେ ପଡୋଶୀ ଲୋକ ମୃତକଙ୍କ ଘରକୁ ଯାଇଥିଲେ । ବହୁ ସମୟ ଧରି କବାଟ ବାଡ଼େଇବା ପରେ କୌଣସି ଉତ୍ତର ମିଳିନଥିଲା । ଶେଷରେ ସନ୍ଦେହ କରି ପଡୋଶୀ ଆଉ କିଛି ଲୋକଙ୍କ ଆଣି ଘର ଭିତରେ ପ୍ରବେଶ କରିଥିଲେ । ଆଉ ଦେଖିଲା ବେଳକୁ ତିନି ଜଣ ଅଚେତ ଅବସ୍ଥାରେ ଘର ଭିତରେ ପଡିରହିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେବା ସହ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସାଂଘାତିକ ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରେ ୪୦ ବର୍ଷୀୟ ମା, ୧୬ ବର୍ଷିୟ ଝିଅ ଏବଂ ୨୨ ବର୍ଷର ପୁଅ ରହିଛନ୍ତି । ଗୋଟିଏ ପରିବାରର ତିନି ଜଣଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ଉପଜୁଛି । ତେବେ ମିଳିଥିବା କିଛି ପ୍ରାଥମିକ ତଥ୍ୟ ଅନୁସାରେ ପାରିବାରିକ ବିବାଦ ଲାଗି ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା କରିଛନ୍ତି । ସମସ୍ତ ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ।

Leave A Reply

Your email address will not be published.