ଅଚିହ୍ନା ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ଥାନା ଅନ୍ତର୍ଗତ କେନ୍ଦବାହାଲ ଗ୍ରାମରେ ମିକିଥିବା ଅଚିହ୍ନ ବୃଦ୍ଧାଙ୍କ ମୃତ ଶରୀର ଆଜି ୯୬ ଘଣ୍ଟା ପରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ସ୍ଥାନୀୟ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ଶବସତ୍କାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ସୋହେଲା ଥାନା ଅନ୍ତର୍ଗତ କେନ୍ଦବାହାଲ ଗ୍ରାମରେ ରହିଥିବା ପାଣି ଟାଙ୍କି ନିକଟରେ ଏକ ବୃଦ୍ଧ ବ୍ୟକ୍ତି ପଡିରହିଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ସୋହେଲା ପୋଲିସ ଘଟଣା ସ୍ଥଳକୁ ପହଁଞ୍ଚି ପାରିପାର୍ଶ୍ୱକ ପରିସ୍ଥିତିରୁ ଅନୁଧ୍ୟାନ କରି ବୃଦ୍ଧା ଜଣକ ପ୍ରାୟ ମୃତ ଅବସ୍ଥାରେ ପଡିରହିଥିବା ଜାଣିବାକୁ ପାଇଥିଲା ଆଖ ପାଖ ଅଞ୍ଚଳରେ ପଚାରି ବୁଝିଥିଲେ ମଧ୍ୟ ତାର କେହି ନିଜସ୍ୱ ଲୋକ ବାହାରି ନଥିଲେ ତେବେ ସୋହେଲା ଥାନା ୦୬/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ କରି ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା । ଆଜି ବୁଧବାର ଦିନ ୯୬ଘଣ୍ଟାରୁ ଅଧିକ ବିତିଯାଇଥିଲେ ମଧ୍ୟ ତାର କୌଣସି ପରିଚୟ ନମିଳିବାରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ସୋହେଲା ପୋଲିସ ପାଖରୁ ଖବର ପାଇଁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ଶେଷଦେବ ପଧାନଙ୍କ ସହିତ ଚିନ୍ମୟ ପାଣ୍ଡେ, ଅନନ୍ତ ଚରଣ ସାହୁ, ପିଙ୍କୁ ପଣ୍ଡା ଓ ସଂଗ୍ରାମ ସାହୁ ପ୍ରମୁଖ ପିପଲମୁଣ୍ଡା ସ୍ୱର୍ଗଦ୍ୱାରକୁ ଯାଇ ମୃତକଙ୍କ ଶବସତ୍କାର କରିଥିଲେ ।

jittmm
Leave A Reply

Your email address will not be published.