ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବସ୍ ପରିବହନରେ ରିହାତି ଦାବି ନେଇ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବସ୍ ପରିବହନରେ ମାଗଣା ଏବଂ ଘରୋଇ ପରିବହନରେ ଶତକଡା ୫୦ ପ୍ରତିଶତ ରିହାତି ଦାବି ନେଇ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଉଦିତ ନାରାୟଣ ପ୍ରଧାନଙ୍କ ଡାକରାରେ ଛାତ୍ର ନେତା ମହେଶ କୁମାର ଗୌଡ଼ଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ (ଗଞ୍ଜାମ) ମାନସ ରଞ୍ଜନ ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାନସଭା ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ , ବାଲ୍ମୀକି ସେଠୀ, ସୁନୀଲ ରାଉଳ, ଅସିତ୍ କାନ୍ତ ପାତ୍ର, ମୁନା ଦାସ, ଭବାନୀ ବେହେରା, ଶୁଭମ୍ ଚୌଧୁରୀ ସମେତ ବହୁ ଛାତ୍ର କଂଗ୍ରେସ କର୍ମୀ ଏକାଠି ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବସ୍ ପରିବହନରେ ଶତକଡା ୫୦ ପ୍ରତିଶତ ରିହାତି ଅବା କମଦରରେ ଧାର୍ଯ୍ୟ କରିବା ନେଇ ଦାବି ଉପସ୍ଥାପନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.