oum

ସାଂସଦ ପ୍ରଦୀପ ପୁରୋହିତ ବ୍ରଜରାଜନଗର ରାଜପଥ ନିର୍ମାଣ ଦାବୀରେ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଦେଲେ

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତାଙ୍କର ସଂସଦୀୟ କ୍ଷେତ୍ରର ବିକାଶ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି । ବିଧାୟକ ଥିବା ସମୟରେ ପଦ୍ମପୁର ଅଞ୍ଚଳ ପାଇଁ ଶାଣିତ ସ୍ୱର ଉତ୍ତୋଳନ କରି ଶ୍ରେଷ୍ଠ ବିଧାୟକ ଭାବରେ ପୁରସ୍କାର ପାଇ ଥିଲେ । ସେହି ସ୍ୱରକୁ କେନ୍ଦ୍ରରେ ସ୍ଥାନୀତ କରିବା ପାଇଁ କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି । ଆଜି ସାଂସଦ ଶ୍ରୀ ପୁରୋହିତ ତାଙ୍କ ସଂସଦୀୟ କ୍ଷେତ୍ର ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ୯ ନମ୍ବର ଜାତୀୟ ରାଜପଥର ଅବସ୍ଥାରେ ବହୁତ ଅସୁବିଧା ରହିଛି । ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଛି । ବର୍ଷକୁ ଶତାଧିକ ଜୀବନ ହାନି ହେଉଛି । ତେଣୁ ଉକ୍ତ ରାଜପଥର ମରାମତି ଶୀଘ୍ର କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀକୁ ପତ୍ର ମଧ୍ୟରେ ଜଣାଇଛନ୍ତି ।

Leave A Reply

Your email address will not be published.