ଟିଟିଲାଗଡ଼ରେ ମଧ୍ୟ ପରିବା ଦର ଆକାଶ ଛୁଆଁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ତମାମ୍‌ ଏବେ ହଠାତ୍‌ ପନିପରିବା ଦର ଆକାଶଛୁଆଁ ହୋଇପଡିଛି । ଏହାର ପ୍ରଭାବରେ ଟିଟିଲାଗଡ ଦୈନିକ ବଜାରରେ ମଧ୍ୟ ଟମାଟୋ ୧୨୦, କାକୁଡି ୬୦, ବାଇଗଣ ୬୦, ପୋଟଳ ୧୨୦, କଞ୍ଚା ଲଙ୍କା ୨୦୦, ଅଦା ୧୬୦, ରସୁଣ ୨୪୦, ଫୁଲକୋବି ୧୨୦, ଆଳୁ ୩୦, ପିଆଜ ୩୦, କୁନ୍ଦୁରି ୮୦, ଭେଣ୍ଡି ୮୦, ଝୁଡଙ୍ଗ ୮୦ । କୌଣସି ପରିବା ୮୦ ଟଙ୍କାରୁ ତଳକୁ ନାହିଁ । ୫୦୦ ଟଙ୍କାର ଜିନିଷ କିଣିଲେ ମଧ୍ୟ ବ୍ୟାଗ ପୁରୁନି ।

ସେମିତି ବି କାର୍ତ୍ତିକ ଏବଂ ଶ୍ରାବଣ ମାସରେ ଏମିତି ଦର ବୃଦ୍ଧି ପାଇଥାଏ । ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସ ଆରମ୍ଭ ହୋଇଛି, ଆରମ୍ଭ ପର ଠାରୁ ହିଁ ପରିବା ଦର ଆକାଶଛୁଆଁ ହୋଇଯାଇଛି । ଏମିତି ହଠାତ୍‌ ଦର ବୃଦ୍ଧିକୁ ଲୋକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଏ ଦିଗରେ ସରକାର ତଥା ସ୍ଥାନୀୟ ଯୋଗାଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.