centurian jitm

ବିଷ କ୍ରିୟାରୁ ବଞ୍ଚିବା ପରେ ଝୁଲି ପଡ଼ିଲେ ଯୁବକ : ଅଞ୍ଚଳରେ ଉଦ୍‌ବେଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଷ କ୍ରିୟାରୁ ବଞ୍ଚିବା ପରେ ଝୁଲି ପଡ଼ିଲେ ଯୁବକ । ଜୀବନ ହାରିବା ପାଇଁ ଫିନାଇଲ ପିଇ ଦେଇଥିଲେ ଯୁବକ । କିନ୍ତୁ ଡାକ୍ତରଙ୍କ ଉଦ୍ୟୋଗ କ୍ରମେ ଆରୋଗ୍ୟ ହାସଲ କରିଥିଲେ । ଆଜି ଡ଼ାକ୍ତର ତାଙ୍କୁ ଡ଼ାକ୍ତର ଖାନାରୁ ଡ଼ିସ୍‌ଚାର୍ଜ କରୁ କରୁ ଘରକୁ ଯାଇ ବେକରେ ରସି ଲଗାଇ ଝୁଲି ପଡ଼ିଥିଲେ ଯୁବକ । ଫଳରେ ଯୁବକଙ୍କ ଜୀବନ ହାନୀ ହେବା ସହିତ ଅଂଚଳରେ ଉଦ୍‌ବେଗ ପ୍ରକାଶ ପାଇଛି । ପ୍ରକାଶ ଯେ, ବଲାଙ୍ଗିର ସୁଦପଡ଼ା ନିବାସୀ ସୁନୀଲ ମହାରଣା (୨୮) ବଲାଙ୍ଗିରରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ପ୍ରତିଦିନ ସମଲେଶ୍ୱରୀ ମନ୍ଦିର ଯିବା ସହ ମାଁଙ୍କ ଆଳତୀରେ ସକ୍ରିୟ ସହଯୋଗ କରୁଥିଲେ । କିନ୍ତୁ କ’ଣ ହେଲା କେଜାଣି ୩ ଦିନ ପୂର୍ବେ କୌଣସି କାରଣୁ ସେ ଫିନାଇଲ ପିଇ ଦେଇଥିଲେ । ଯାହାଫଳରେ ବଲାଙ୍ଗିର ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ଡ଼ାକ୍ତରଙ୍କ ଚିକିତ୍ସା ପରେ ଆଜି ସକାଳୁ ତାଙ୍କୁ ସୁସ୍ଥ ଘୋଷଣା କରାଯାଇ ମେଡ଼ିକାଲରୁ ଡ଼ିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ ସୁନୀଲ ଅଲଗା ବିଚାର ପୋଷଣ କରିଥିଲେ । ଘରକୁ ଗଲା ପରେ ସନ୍ଧ୍ୟାରେ ତାଙ୍କର ମର ଶରୀର ଝୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ । ବନ୍ଧୁ ପଡେ଼ାଶୀ ଶରୀରକୁ ଭୀମ ଭୋଇ ମେିଡକାଲକୁ ଆଣିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଯାଏଁ ସୁନୀଲଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିିଁ । ଆସନ୍ତାକାଲି ସୁନୀଲଙ୍କ ଶବ ବ୍ୟବଚ୍ଛେଦ ହେବାକୁ ଥିବା ବେଳେ ସୁନୀଲଙ୍କ ବାରମ୍ବାର ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡ଼ିବ ବୋଲି ସାଧାଣରେ ଆଲେଚାନା ହେଉଛି ।

Leave A Reply

Your email address will not be published.