କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

● କର୍ତ୍ତବ୍ୟ ଭବନ ଜନସେବା ପ୍ରତି ଆମର ଅତୁଟ ସଂକଳ୍ପକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ
● ଭବନ ପରିସରରେ ଚାରା ରୋପଣ ମଧ୍ୟ କଲେ ପ୍ରଧାନମନ୍ତ୍ରୀ; ପରିବେଶ ଅନୁକୂଳ ନିର୍ମାଣ ଉପରେ କଲେ ଆଲୋକପାତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ସେ ଏହାକୁ ଜନସେବା ପ୍ରତି ଅତୁଟ ସଂକଳ୍ପ ଓ ନିରନ୍ତର ପ୍ରୟାସର ପ୍ରତୀକ ବୋଲି କହିଛନ୍ତି । ସେ କହିଛନ୍ତି, କର୍ତ୍ତବ୍ୟ ଭବନ କେବଳ ନୀତି ଏବଂ ଯୋଜନାକୁ ଲୋକମାନଙ୍କ ନିକଟରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସାହାଯ୍ୟ କରିବ ନାହିଁ, ବରଂ ଦେଶର ବିକାଶକୁ ନୂତନ ଗତି ଦେବ । ଶ୍ରୀ ମୋଦୀ କହିଛନ୍ତି, କର୍ତ୍ତବ୍ୟ ଭବନ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରିଥାଏ । ଆଜି, ଦେଶ ଆମର ଶ୍ରମଯୋଗୀମାନଙ୍କର ଅକ୍ଳାନ୍ତ କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଖିଛି ଯେଉଁମାନେ ଏହାକୁ ଗଠନ କରିଛନ୍ତି । ସେ ସେମାନଙ୍କ ସହିତ ଆଲୋଚନା କରିବା ସମୟରେ ଖୁସି ମଧ୍ୟ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ପରିବେଶ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଏହି କୋଠା ବିକଶିତ କରାଯାଇଛି । ଏହି ଅବସରରେ, ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ଭବନ ପରିସରରେ ଏକ ଚାରା ମଧ୍ୟ ରୋପଣ କରିଥିଲେ । ପ୍ରଧାନମନ୍ତ୍ରୀ ଏକାଧିକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି; ‘‘କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନ ଆମର ଅତୁଟ ସଂକଳ୍ପ ଏବଂ ଲୋକଙ୍କ ସେବା ପାଇଁ ନିରନ୍ତର ପ୍ରୟାସର ପ୍ରତୀକ । ଏହା କେବଳ ଆମର ନୀତି ଓ ଯୋଜନାକୁ ଲୋକଙ୍କ ପାଖରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସହାୟକ ହେବ ନାହିଁ, ବରଂ ଏହାଦ୍ୱାରା ଦେଶର ବିକାଶକୁ ଏକ ନୂତନ ଗତି ମିଳିବ । ଅତ୍ୟାଧୁନିକ ଭିତ୍ତିଭୂମିର ଏକ ଉଦାହରଣ ଏହି ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରି ମୁଁ ବହୁତ ଗର୍ବିତ ।’’ “କର୍ତ୍ତବ୍ୟ ଭବନ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ଆଜି ଦେଶ ଏହାକୁ ନିର୍ମାଣ କରିଥିବା ଆମର ଶ୍ରମଯୋଗୀମାନଙ୍କ ଅକ୍ଳାନ୍ତ କଠିନ ପରିଶ୍ରମ ଏବଂ ଦୃଢ଼ ସଂକଳ୍ପର ସାକ୍ଷୀ ହୋଇଛି । ମୁଁ ସେମାନଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଖୁସି ।’’ ‘‘କର୍ତ୍ତବ୍ୟ ଭବନ ନିର୍ମାଣ କରିବା ସମୟରେ, ପରିବେଶ ସୁରକ୍ଷା ପ୍ରତି ପୂର୍ଣ୍ଣ ଧ୍ୟାନ ଦିଆଯାଇଛି, ଯାହା ପାଇଁ ଆମ ଦେଶ ସଂକଳ୍ପବଦ୍ଧ । ଆଜି ମୁଁ ଏହାର ପ୍ରାଙ୍ଗଣରେ ଏକ ଗଛ ଲଗାଇବାର ସୁଯୋଗ ମଧ୍ୟ ପାଇଲି ।’’

jittmm
Leave A Reply

Your email address will not be published.