ଐତିହାସିକ ମହାକାଶ ମିଶନରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଐତିହାସିକ ମିଶନ ସମ୍ପୂର୍ଣ୍ଣ କରି ଆଜି ପୃଥିବୀ ପୃଷ୍ଠକୁ ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଥମ ମହାକାଶଚାରୀ ରୂପେ ଆଇଏସଏସକୁ ଯାତ୍ରା କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳାଙ୍କ ସଫଳତା ଦେଶର ମହାକାଶ ଅନ୍ୱେଷଣ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ । ଗୋଟିଏ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି: ‘‘ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଐତିହାସିକ ମହାକାଶ ମିଶନରୁ ପୃଥିବୀକୁ ଫେରିବା ପରେ ସାରା ଦେଶବାସୀଙ୍କ ସହ ମୁଁ ତାଙ୍କୁ ସ୍ୱାଗତ ଜଣାଉଛି । ଭାରତର ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରି ସେ ନିଜର ସମର୍ପଣ, ସାହସ ଏବଂ ଅଗ୍ରଣୀ ମନୋଭାବ ଦ୍ୱାରା କୋଟି କୋଟି ଲୋକଙ୍କ ସ୍ୱପ୍ନକୁ ଅନୁପ୍ରାଣିତ କରିଛନ୍ତି । ଆମର ନିଜସ୍ୱ ମାନବ ମହାକାଶ ଯାନ ଅଭିଯାନ- ଗଗନୟାନ ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ ।’’

jittmm
Leave A Reply

Your email address will not be published.