କେସିଙ୍ଗା ବ୍ଲକରୁ ପ୍ରକୃତି ବନ୍ଧୁ ପୁରସ୍କାରରୁ ସମ୍ମାନିତ ହେଲେ ବାଲସି ଗ୍ରାମ ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ

କେସିଙ୍ଗା, (ପ୍ରୀତେଶ ପଟେଲ) : ପରିବେଶ ସୁରକ୍ଷା ପାଇଁ ପୁରା ବିଶ୍ଵ ଚିନ୍ତିତ ସେହି ପରିପେକ୍ଷୀରେ ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମେଦିନୀପୁର, ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଦକ୍ଷୀଣ ବନଖଣ୍ଡ ଅଧିକାରୀ ଆ. କଲାଇ ବନାନ, ସମ୍ମାନୀତ ଅତିଥି ଭାବେ ଉତ୍ତର ବନଖଣ୍ଡ ଅଧିକାରୀ ରମେଶ କୁମାର ବିସ୍ନୋଇ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଭା. ପ୍ର ସେ ଅନିମେସ ପ୍ରଧାନ,ଡି.ଏଲ.ଏସ.ଏ. ସଚିବ ସ୍ନିଗ୍ଧା ପଣ୍ଡା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଏହି ଅବସରରେ ପରିବେଶ ସରଂକ୍ଷଣ ଓ ବୃକ୍ଷ ରୋପଣ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭୟ କୁମାର ଦେବତା, ପ୍ରଧାନ ଶିକ୍ଷକ ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସିଙ୍କୁ କେସିଙ୍ଗା ବ୍ଲକରୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସୁସମ୍ବାଦ ଯୋଗୁଁ ବାଲସି ଅଞ୍ଚଳ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ତଥା ସମଗ୍ର ବ୍ଲକରେ ଖୁସି ଲହରି ଖେଳିଯାଇଛି ।

Leave A Reply

Your email address will not be published.