oom

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣହାନିକୁ ନେଇ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

jsmm

● ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ; ବିପର୍ୟ୍ୟୟ ପରିପ୍ରେକ୍ଷୀରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଅଧିକାରୀ ଏବଂ ଦଳମାନଙ୍କୁ ଭେଟିଲେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇବାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗ ଯେଉଁ ଅପାର ଯନ୍ତ୍ରଣା ଏବଂ କ୍ଷତି ସହୁଛନ୍ତି ତାହା ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଆଜି ସକାଳେ, ଶ୍ରୀ ମୋଦୀ ଅହମ୍ମଦାବାଦର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ପ୍ରତ୍ୟକ୍ଷ ଆକଳନ କରିଥିଲେ । ସେ ବିପର୍ଯ୍ୟୟ ପରେ ଅକ୍ଲାନ୍ତ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ସହ ସାକ୍ଷାତ ଆଲୋଚନା କରିଥିଲେ । ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି : ‘‘ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ଆମେ ସମସ୍ତେ ମର୍ମାହତ । ଅକସ୍ମାତ ଘଟିଥିବା ଏହି ହୃଦୟ ବିଦାରକ ଦୁର୍ଘଟଣାରେ ଏତେ ଲୋକଙ୍କ ଜୀବନ ହାନି ଘଟିବାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା । ଆମେ ସେମାନଙ୍କର ଯନ୍ତ୍ରଣା ବୁଝିପାରୁଛୁ ଏବଂ ଏହା ମଧ୍ୟ ଜାଣୁ ଯେ, ପ୍ରିୟଜନଙ୍କୁ ହରାଇବା ଯୋଗୁ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ପୂରଣ କରି ହେବ ନାହିଁ । ଓମ୍ ଶାନ୍ତି’’ ‘‘ଆଜି ଅହମ୍ମଦାବାଦରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲି । ଧ୍ୱଂସର ଦୃଶ୍ୟ ଦୁଃଖଦ । ନିରନ୍ତର ଭାବେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ଦଳମାନଙ୍କୁ ଭେଟିଲି । ଏହି ଅକଳ୍ପନୀୟ ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମର ସମବେଦନା ରହିଛି ।’’

jittmm
Leave A Reply

Your email address will not be published.