ବୁଚକା-୧ ଓ ୨ ର ପ୍ରିମିୟର ସୋ ପ୍ରଦର୍ଶିତ

  • କ୍ଷୁଦ୍ର ଚଳଚ୍ଚିତ୍ର “ବାପା କେଭେ ଯିବ”

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ସଭାକକ୍ଷରେ ଡିଲେଶ୍ୱର ସିଂବରିହା ପ୍ରୟୋଜିତ “ବାପା କେଭେ ଯିବ ଓ ବୁଚକା ୨ର ପ୍ରିମିୟର ସହିତ ୟୁଟ୍ୟୁବରେ ପୂର୍ବ ପ୍ରସାରିତ ବୁଚକା-୧ର ପ୍ରଦର୍ଶନ ହୋଇଯାଇଛି । ଏ ଉତ୍ସବରେ ମୁଖ୍ୟ ଅତିଥି ଡ. ଶ୍ରୀକର ମିଶ୍ରଙ୍କ ସହିତ ନିର୍ଦ୍ଦେଶକ ଅଶୋକ ବହିଦାର ଓ ମନୋରଂଜନ ପୁରୋହିତ, ତିନି ଚଳଚ୍ଚିତ୍ରର କାହାଣୀ ଲେଖକ ପରମେଶ୍ୱର ବିଶି ମଂଚାସିନ ଥିଲେ । ପ୍ରାରମ୍ଭିକ ସଂକ୍ଷିପ୍ତ ସଭା କାର୍ଯ୍ୟକ୍ରମ ମଧୁସୁଦନ ନାୟକ ପରିଚାଳନା କରିଥିଲେ । ଏ ଅବସରରେ ତିନି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଅଭିନେତା ସର୍ବ ବରିଷ୍ଠ ଜଗଦାନନ୍ଦ ଛୁରିଆଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ତିନି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଜଗଦାନନ୍ଦ ଛୁରିଆ, ପରମେଶ୍ୱର ବିଶି, ଇଶ୍ୱରୀ ବେହେରା, ସପନା ପଟ୍ଟନାୟକ, ଡଲି ଭରାସାଗର, ଭକ୍ତ ନାଏକ, ସଚ୍ଚିଦାନନ୍ଦ ପ୍ରଧାନ, ମନୋରଂଜନ ପୁରୋହିତ, ଟେନେସ କୁମାର ପଣ୍ଡା, ଅନନ୍ତ ସାହୁ, ଦେବେଶ ସେଠ ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରମାନଙ୍କ ସଂଗୀତ ପରିଚାଳନାରେ ଅନ୍ତର୍ଯ୍ୟାମି ମେହେର ଓ ଗଜାନନ ନାଗ ଥିବା ସ୍ଥଳେ ଚିତ୍ର ଉତ୍ତୋଳନ ତୁଳାଇଛନ୍ତି । ବୁଲବୁଲ ଓ ରଂଜନ ସେଠ । ଥ୍ରି ପି କ୍ରିଏସନ ପଦମପୁର ଦ୍ୱାରା ନିର୍ମିତ ଫିଲ୍ମମାନଙ୍କର ବଲାଙ୍ଗିରଠାରେ ଆୟୋଜିତ ଏହି ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ପ୍ରଫେସର ତରୁଣ କୁମାର ମିଶ୍ର, ଜଗବନ୍ଧୁ ପଟେଲ, ପ୍ରଭାକର ମିଶ୍ର, କୁମୁଦିନି ପୃଷ୍ଟି, ମିଲି ବାରିକ, ପ୍ରଶନ୍ନ କୁମାର ମିଶ୍ର, ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ସ୍ଥାନୀୟ କଳାକାର ଓ ସମାଜସେବୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.