ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ

ବରଗଡ, (ମୁନ୍ନା ସାହୁ) : ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ରବିରୁତୁ ଧାନ ବିକ୍ରି ପାଇଁ ଅନେକ ସୋସାଇଟିରେ ନକଲି ଧାନ କାର୍ଡ ତିଆରି କରାଯାଇଛି ଯାହାକୁ ନେଇ ପ୍ରକୃତ ଚାଷୀ ଧାନ କିଣାବିକାରୁ ବଞ୍ଚିତ ରହିଛନ୍ତି, ତେବେ ନକଲି କାର୍ଡ ତିଆରି କରିଥିବା ସୋସାଇଟି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଧାନ କିଣାବିକା ପ୍ରକ୍ରିୟା ସରିବା ପରେ ମଧ୍ୟ ମଣ୍ଡିରେ ଧାନ ପଡିଛି ଏବଂ ଧାନ ନ ଉଠିବାରୁ ଚାଷୀ ଟଙ୍କା ପାଇପାରୁ ନାହିଁ ଯାହାକୁ ନେଇ ତୁରନ୍ତ ଚାଷୀଙ୍କ ଧାନ ଉଠାଯାଇ ଟଙ୍କା ପ୍ରଦାନ କରାଯାଉ, ଅଦିନିଆ ବର୍ଷା ଓ କରାମାଡ଼ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି, ସରକାର ୭ କୋଟିରୁ ଅଧିକ ଟଙ୍କା କ୍ଷତିପୂରଣ ଦେଇଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ପାଇ ନାହିଁ ଏବଂ ଅନେକ କ୍ଷତିଗ୍ରସ୍ତ ଚାଷୀ ବାଦ ପଡିଛନ୍ତି । ଯାହାକୁ ନେଇ ପୁନର୍ବିଚାର କରି ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରାଯାଇଛି । ଏହି ଦାବି ଗୁଡିକ ତୁରନ୍ତ ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି ।

Leave A Reply

Your email address will not be published.