- ବ୍ଲକ ସମ୍ମୁଖରେ ଧାରଣା ଚେତାବନୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗାଁସାଥି(ମେଟ୍) ସଂଘ ପକ୍ଷରୁ ମଙ୍ଗଳବାର ବିଡ଼ିଓ ବାସନ୍ତୀ ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସଂଘର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ସାହୁଙ୍କ ନେତୃତ୍ୱରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବୀଗୁଡ଼ିକ ମଧ୍ୟରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ପତ୍ର ସଂଖ୍ୟା ୨୦୮୭୭ ତାରିଖ ୩୧/୦୭/୨୦୨୫ ଅନୁସାରେ ମୁରିବାହାଲ ବ୍ଲକର ସମସ୍ତ ପଞ୍ଚାୟତରେ ଥିବା ପ୍ରକୃତ ଗାଁସାଥୀ (ମେଟ୍) ଙ୍କର ଏକ ସଠିକ ଡାଟାବେସ୍ ପ୍ରସ୍ତୁତ କରି ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗକୁ ପଠାଇବା । ତଥା ପୂର୍ବ ସରକାର ସମୟରେ ମୁରିବାହାଲ ବ୍ଲକକୁ ଦାଦନ ପ୍ରବଣ ବ୍ଲକ ଘୋଷଣା କରି ମନରେଗା ଯୋଜନାରେ ଜବ୍ କାର୍ଡଧାରୀ ଶ୍ରମିକଙ୍କ ପରିବାରକୁ ଗୋଟିଏ ଆର୍ଥିକ ବର୍ଷରେ ୩୦୦ ଦିନର କାମ ଯୋଗାଇ ଦିଆଯାଉଥିଲା କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ ବର୍ତ୍ତମାନର ଡବଲ ଇଞିନର ସରକାର ୩୦୦ ଦିନ ପରିବର୍ତ୍ତେ ୧୦୦ ଦିନର କାମ ଦେଉ ଥିବାରୁ ଶ୍ରମିକମାନେ ଦାଦନ ଖଟିଯିବା ପାଇଁ ସଜବାଜ ହେଉଥିବା ଜଣାପଡ଼ୁଛି । ତେଣୁ ଦାଦନ ସମସ୍ୟାକୁ ରୋକିବାକୁ ହେଲେ ପୂର୍ବ ଭଳି ୩୦୦ ଦିନର କାମ ଯୋଗାଇଦେବା ପାଇଁ ସଂଘ ତରଫରୁ ଦାବୀ କରାଯାଇଛି । ଏହି ଦାବୀପତ୍ର ଦେବା ସମୟରେ ସଂଘର ରାଧାକାନ୍ତ ଗହିର, ବିଭୀଷଣ ପୁଟେଲ, ବ୍ରହ୍ମା ଶଙ୍କର ଗହିର, ରଞ୍ଜିତ ଲୁହା, ତୁଲାରାମ ଭୋଇ, ସୁଶାନ୍ତ ଭୋଇ, ଡୋଳେଶ୍ଵରି ଗହିର, ସୁନ୍ଦର ସେନ ଦୀପ ପ୍ରମୂଖ ଉପସ୍ଥିତ ଥିଲେ । ଆଗାମୀ ୭ ଦିନ ମଧ୍ୟରେ ଯଦି ଏହି ଡାଟାବେସର ସଠିକ୍ ତଥ୍ୟ ରାଜ୍ୟ ସରକାରଙ୍କୁ ପଠାନଯାଏ ତେବେ ବ୍ଲକ ସମ୍ମୁଖରେ ଧାରଣା ଦେବାପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।