centurian jitm

ରାଉରକେଲା ଗାନ୍ଧୀ ରୋଡର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ୍

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ବୁଧବାର ରାତିରେ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ଘଟଣାର ପର୍ଦ୍ଦାଫାସ୍ କରିଛି ପ୍ଲାଣ୍ଟସାଇଟ୍ ପୋଲିସ୍ । ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ୍ କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ୍ କରିଛି ପୋଲିସ୍ । ହତ୍ୟାର କାରଣ ସମ୍ପର୍କରେ ପୋଲିସ କହିଛି ଯେ, ଅଭିଯୁକ୍ତ ଏବଂ ମୃତକ ଉଭୟ ଶ୍ରମିକ ଭାବରେ କାମ କରୁଥିଲେ । ଦୁହେଁ ମଦ୍ୟପ । ୪ ରୁ ୫ ଦିନ ହେଲା ସେମାନେ ମଦ୍ୟପ ଅବସ୍ଥାରେ ଏକାଠି ବୁଲୁଛନ୍ତି । ଘଟଣା ଦିନ ଅଭିଯୁକ୍ତମାନେ ମୃତକଙ୍କୁ ମଦ୍ୟପାନ କରିବା ପାଇଁ ଟଙ୍କା ଦାବି କରିଥିଲେ ଏବଂ ମୃତକ ମନା କରିବା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ମୃତକ ରାସ୍ତା ପାର୍ଶ୍ୱ ବାରଣ୍ଡାରେ ଶୋଇଥିବା ବେଳେ ଏକୁଟିଆ ପାଇ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଭୁସି ହତ୍ୟା କରିଥିଲେ ।

Leave A Reply

Your email address will not be published.