ପାର୍ବତ୍ୟ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ : ସୋଲାର ସିଷ୍ଟମ ପ୍ରକଳ୍ପ ଅଚଳ, ଆଲୋକୀକରଣରେ ବାଧା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭାଇସାଦାନୀ ଗ୍ରାମପଂଚାୟତ ପାଟଦର କୁଇମୁଣ୍ଡା ଗ୍ରାମରେ ସୋଲାର ସିଷ୍ଟମରେ ଆଲୋକ ସେବା ପ୍ରଦାନ କରାଯାଉଥିବା ବେଳେ ପ୍ରକଳ୍ପ ଆରମ୍ଭରୁ ଏକ ବର୍ଷ ପରେ ସୋଲାର ସିଷ୍ଟମ ପ୍ରକଳ୍ପ ଅଚଳ ହୋଇ ପଡିରହିଛି । ଯଥା ପୂର୍ବମ ତଥା ପରମ ଅବସ୍ଥା ଲାଗିରହିଅଛି । ପାଟଦରା ଗ୍ରାମର କୁଇମୁଣ୍ଡା ଏବଂ ମାଝୀପଡା ଗ୍ରାମରେ ୨୦୧୭-୧୮ ମସିହାରେ ସୌର ଆଲୋକ ପ୍ପ୍ରକଳ୍ପ ସ୍ଥାପିତ ହୋଇ ମାତ୍ର ସାତ ମାସ ଚାଲିବା ପରେ ଅଚଳ ହୋଇପଡିଛି । ଏହି ଅଂଚଳବାସୀ ଆଜି ବି ଅନ୍ଧକାର ମୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଭାଇସାଦାନୀ ଗ୍ରାମପଂଚୟତ ପାଟଦରା ଗ୍ରାମ ସମୁଦ୍ର ଉଚ୍ଚତାରେ ଅବସ୍ଥିତ । ଗ୍ରାମକୁ ବିଦ୍ୟୁତ ସେବା କହିଲେ ସୌର ଶକ୍ତିରେ ହିଁ ଆଲୋକ ସେବା ଏକ ମାତ୍ର ମାଧ୍ୟମ ଅଟେ । ଏହା ଅଚଳ ହେବା ଫଳରେ ଅଞ୍ଚଳର ଅବସ୍ତା ଯଥା ପୂର୍ବମ ତଥା ପରମ । ଏନେଇ ଗ୍ରାମବାସୀମାନେ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି କହିଛନ୍ତି । ପ୍ରତ୍ୟେକ ଘରରେ ବିଦ୍ୟୁତ ପଏଣ୍ଟ ଦିଆଯାଉଥିବା ବେଳେ। ସଡ଼କ ଆଲୋକ ସେବା ପ୍ରଦାନ କରିଥିଲେ । ଖୁଣ୍ଟରେ ତାର ରହିଅଛି କିନ୍ତୁ ଷ୍ଟ୍ରିଟ ଲାଇନ ନାହିଁ । କୁଇମୁଣ୍ଡା ପ୍ରାଥମିକ ସ୍କୁଲରେ ମଧ୍ୟ ସୋଲାର ସେବା ବନ୍ଦ ହୋଇପଡିଛି । ଏହି ଦିଗରେ ବିଭାଗୀୟ ଅଧିକାରୀ ମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.