oom

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀରେ ସଂକଳ୍ପ ପରିବାର ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇ ପଦର ଗ୍ରାମରେ ଏକ ଚାଷୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୧୯ ତାରିଖରେ ଜନ୍ମିତ ବିଶିଷ୍ଟ ସୁନାମଧନ୍ୟ ମହିଳା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ଯିଏ କି ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ପ୍ରଭାବିତ ହୋଇ ସେ ମାତ୍ର ୧୬ ବର୍ଷ ବୟସରୁ ସ୍ୱାଧୀନତା ସଂଗ୍ରାମରେ ମିଶିଥିଲେ ଓ ବିପ୍ଳବର ନେତୃତ୍ୱ ନେଇଥିଲେ । ଭାରତ ସ୍ୱାଧୀନତା ହେବା ପରେ ମଧ୍ୟ ସେ ବିଭିନ୍ନ ପ୍ରକାରର ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ସେ ନିଜର ଜନପ୍ରିୟତାକୁ ନେଇ ରାଜନୀତିରେ ମଧ୍ୟ ଯାଇ ପାରିଥାନ୍ତେ କିନ୍ତୁ ସେ ସମାଜ ସେବା ପାଇଁ ନିଜକୁ ସମର୍ପିତ କରିଦେଇଥିଲେ । ନୃସିଂହନାଥଠାରେ ମହିଳା ଏବଂ ଅନାଥ ଶିଶୁମାନଙ୍କ ପାଇଁ କସ୍ତୁରବା ଗାନ୍ଧୀ ମାତୃ ନିକେତନ ନାମକ ଆଶ୍ରମ ଖୋଲି ଅସହାୟଙ୍କ ସେବା କରି ଓଡ଼ିଶାର ମଦର ଟେରେସା ଭାବରେ ସବୁଆଡେ ପରିଚିତ ଥିବା ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଣ୍ୟ ଜନ୍ମ ଜୟନ୍ତୀରେ ସକଳ୍ପ ପରିବାର ସାମାଜିକ ଅନୁଷ୍ଠାନ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

jittmm
Leave A Reply

Your email address will not be published.