
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍ସିସି କେଡେଟମାନେ ବଲାଙ୍ଗିର ନିକଟସ୍ଥ ଏକ ପାହାଡକୁ ଯାଇ ପର୍ବତାରୋହଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍ସିସି କେଡେଟମାନେ ସକାଳ ପ୍ରାୟ ୮ ଟାରୁ ମଠଖାଇ ପାହାଡ଼ ଚଢ଼ିବାକୁ ବାହାରିଥିଲେ । ଏଥିରେ ପ୍ରାୟ ୨୩ ଜଣ ଏନ୍ସିସି କେଡେଟ ସାମିଲ ଥିଲେ । ମଠଖାଇ ପାହାଡ଼ ଚଢିବା ପରେ ସେମାନେ ସେଠାରେ ପହଞ୍ଚି ବୁଲାବୁଲି କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଦୁଇଜଣ ଫରେଷ୍ଟ ଗାର୍ଡ ଓ ମହିଳା ମହାବିଦ୍ୟାଳୟର ଏନ୍ସିସି ପ୍ରଶିକ୍ଷକ ଝିଅମାନଙ୍କୁ ସହଯୋଗ କରିଥିଲେ ।