centurian jitm

ସଇଁତଲାର ବିଭିନ୍ନ ସ୍ଥାନରେ ପ୍ରହରୀ ନାମଯଜ୍ଞ ଶେଷ , ଭକ୍ତଙ୍କ ପ୍ରବଳ ଜନ ସମାଗମ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ଶନିବାର ପୂର୍ଣ୍ଣାହୂତି ହୋଇଯାଇଛି । ସ୍ଥାନୀୟ ହାଟପଡା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୋଳ ପୁର୍ଣିମା ଅବସରରେ ସଇଁତଲାରେ ୨୪ ପ୍ରହରୀ ନାମଯଜ୍ଞରେ ଧୀରେ ଧୀରେ ଭକ୍ତମାନଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଉକ୍ତ ନାମଯଜ୍ଞରେ ମୁଖ୍ୟ ପଣ୍ଡିତ କିରଣ ମିଶ୍ରଙ୍କ ତତ୍ତ୍ୱବଧାନରେ ପଣ୍ଡିତ ମାନସ ମିଶ୍ର, ଧ୍ରୁବ ଚରଣ ଯୋଶୀ, ନବଘନ ଷଡ଼ଙ୍ଗୀ, ସୁରେନ୍ଦ୍ର ମିଶ୍ର, ପିଙ୍କୁ ଦାସ, ପ୍ରମୋଦ ଦାସ ଓ ଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଏଥିରେ କର୍ତ୍ତା ଭାବରେ କମିଟିର ବରିଷ୍ଠ ସଦସ୍ୟ ସୀତାରାମ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ କୁମୁଦିନୀ ପଟ୍ଟନାୟକ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଛନ୍ତି । ଏହି ଅବସରରେ ବୈଠକି ସଂକୀର୍ତ୍ତନ ଆୟୋଜିତ ହୋଇଥିଲା । ଏଥିରେ ବରଗଡ ଜିଲ୍ଲା ପିପିଲିପାଲିର ଦେବକୀ ସାହୁ ମହିଳା ସଂକୀର୍ତ୍ତନ ଦଳ ଓ ତାମିମୁଣ୍ଡା ସୈରେନ୍ଦ୍ରୀ ଜାଲ ମହିଳା ସଂକୀର୍ତ୍ତନ ଦଳ ଯୋଗଦାନ କରି ଦର୍ଶକମାନଙ୍କୁ ବିଭିନ୍ନ ସଂଗୀତ ମାଧ୍ୟରେ ମନ ମୋହିଥିଲେ । ଏଥିରେ ପ୍ରହରୀ କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସଇଁତଲା ଆଇଆଇସି ସୁଶାନ୍ତ କୁମାର ବଢ଼େଇ, କମିଟି ସମ୍ପାଦକ ସୁବୋଧ ମିଶ୍ର , ଝସକେତନ ମନହୀରା, ଶେଷଦେବ ଯାନୀ, ସୁବାସ ରଥ, ସାମ୍ବାଦିକ ପ୍ରମୋଦ ସେଲମା, ତରୁଣ ବେହେରା, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ କମିଟିର ମୁଖ୍ୟ ଦୁର୍ବାଦଳ ପସାୟତ, ସର୍ବେଶ୍ୱର ଦଣ୍ଡସେନା, କାର୍ତିକ ଦଣ୍ଡସେନା, କିଷାନ ପଟ୍ଟନାୟକ, ଲଲାଟେନ୍ଦୁ ପୃଷେଠ, ରୋହିତ ଯାନୀ, ଭୀଷ୍ମ ସାହୁ, ରଥି ସାହୁ, କମଳଲୋଚନ ସାହୁ, ଟିକେଲାଲ ସାହୁ, ଚୈତନ୍ୟ ସାହୁ , ପବନ ଅଗ୍ରୱାଲ, ଯୁବରାଜ ନାୟକ, କପିଳ ଅଗ୍ରୱାଲ, ସାରଥୀ ସାହୁ, ସଞ୍ଜୟ ଅଗ୍ରୱାଲ, ଆରତ ସାହୁ, ବେଣୁଧର ସାହୁ, ଝାରୁ ସାହୁ, କାର୍ତିକ ସା, ଜାଗେ ବାଗ, ସମ୍ପଦ ମହାକୁର, ଚମ୍ପେଶ୍ଵର ଦଣ୍ଡସେନାଙ୍କ ସମେତ ସହରର ଜନସାଧାରଣମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଧରବଗଡ଼ ପଞ୍ଚାୟତ ଠାରେ ଯାଦବ ସମାଜ ତରଫରୁ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ କୁଆଁରଗାଁ, ଭଦ୍ରା ପଞ୍ଚାୟତ କାଦୋପଡା, ବେଲଗାଁ ପଞ୍ଚାୟତର ସିଲେଟପଡା ଓ ଡେଙ୍ଗ ଗାଁ ଦୋଳ ପୂର୍ଣ୍ଣିମା ଅବସରରେ ପ୍ରହରୀ ନାମଯଜ୍ଞ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.