oom

ଆସନ୍ତାକାଲିଠାରୁ ଆରମ୍ଭ ହେବ ପଦ୍ମପୁର ଲୋକ ମହୋତ୍ସବର ତିନି ଦିନିଆ ସାଂସ୍କୃତିକ ପର୍ବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର ୧୦ ରୁ ୨୫ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଲୋକ ମହୋତ୍ସବରର ତିନି ଦିନିଆ ସାଂସ୍କୃତିକ ପର୍ବ ଆସନ୍ତା ୧୪ ଗୁରୁବାର ମଧ୍ୟାହ୍ନ ୨ ଘଣ୍ଟାରୁ ଶୁଭାରମ୍ଭ ହେବା ପାଇଁ ଘୋଷଣା ହୋଇଛି ‌। ୧୪ ତାରିଖ ମଧ୍ୟହ୍ନ ୨ ଘଣ୍ଟା ସମୟରେ ସ୍ଥାନୀୟ ଅଶୋକ ପଡିଆ ସାଂସ୍କୃତିକ ମଣ୍ଡପ ଠାରୁ ଝାକୀ ଓ ସାଂସ୍କୃତିକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବ । ଶୋଭାଯାତ୍ରାରେ ସଂସ୍କୃତି, ପରିବେଶ, ଲୋକ ପରମ୍ପରା ଓ ବିଜ୍ଞାନ ସମ୍ବଳିତ ଝାକୀ ଶୋଭାଯାତ୍ରା ସହ ପଦ୍ମପୁର ଅଂଚଳ ର ଧଅରାଭଟା ସମ୍ପର୍ଦା, ତୁମରିପାଏନ କଲଙ୍ଗି, ବଡଅନକି କରମସାନୀ, ଅନ୍ତର୍ଲା ଗୈରବାଡି, ମଣ୍ଡୋମହୁଲ ଗଣ୍ଡାବଜା, ଗାଇସିଲେଟ ବୁରୋମୁଣ୍ଡା ଡଣା, ସୋନପୁର ପରଭା, ରାଜଖରିଆର ରାମକାଠି, ବଲାଙ୍ଗିର ନଟରାଜ, ଝଲିଆବାହାଲ ସିଂହ ବଜା, ବଙ୍ଗୋମୁଣ୍ଡା ପରଭା, ବରଗଡ଼ ଢଲିଆଖୁସା, ଭଞ୍ଜନଗର ପଶୁ ନୃତ୍ୟ, ଛତିଶଗଡ଼ ରାୟଗଡର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଯୋଗଦାନ ଦେଇ ନଗର ପରିକ୍ରମା କରିବେ ବୋଲି କମିଟି ଘୋଷଣା କରିଛି । ଆଜି ସନ୍ଧ୍ୟାରେ ଆବାହକ ଅଶୋକ କୁମାର ମିଶ୍ର, ସହ ଆବାହକ କୁନାଲ ପାଣିଗ୍ରାହୀ, ସଦସ୍ୟ ହରି ସିଂ, ନରେଶ ସୁନ୍ଦର ସାହୁ, ନରୋତ୍ତମ ପ୍ରଧାନ, ଦିନେଶ ବାରିକ, ଗଣପତି ବଗର୍ତ୍ତୀ, ନିରୋଜ ସିହ୍ନା, ସୁରଜ ସୁନାଙ୍କ ସମେତ ସଭାପତି ପ୍ରୀତେଶ ବହିଦାର, ନାଟ୍ୟକାର ଅଶୋକ ବହିଦାର, ବରିଷ୍ଠ କଳାକାର ରମେଶ ଗୁର୍ଲା ପ୍ରମୁଖଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀରେ କମିଟି ଘୋଷଣା କରିଛି । ଆସନ୍ତା ୧୫ରୁ ୧୭ ତିନିଦିନ ଧରି ସାଂସ୍କୃତିକ ପର୍ବ ପାଳିତ ହେବାର ଚୂଡାନ୍ତ ସାଂସ୍କୃତିକ ତାଲିକା ପ୍ରସ୍ତୁତି ସରିଥିବା ଘୋଷଣା ହୋଇଛି ।

jittmm
Leave A Reply

Your email address will not be published.