oom

ପଦ୍ମପୁର ଏନଏସିରେ ବିଜେପିର ମିଶ୍ରଣ ପର୍ବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ନୀତି ଏବଂ ସର୍ବଦା କୃଷି ଓ କୃଷକର ଉନ୍ନତି ଚିନ୍ତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳର ପୂର୍ବତନ ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କର ନିଜ ୱାର୍ଡର ଅନେକ ମହିଳା ଯେଉଁମାନେ ବିଜୟ ରଂଜନ ସିଂ ବରିହାଙ୍କୁ ଆଗରୁ ସମର୍ଥନ କରୁଥିଲେ ସେମାନେ ଗତକାଲି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପଦ୍ମପୁର ଏନଏସିର ୧ ନମ୍ବର ୱାର୍ଡରୁ ଯଶୋବନ୍ତ ତରିଆ ଓ ଭଗବତ ମାଝୀଙ୍କ ନେତୃତ୍ୱରେ ଅନେକ ମହିଳା ଆଜି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ମୁଖପାତ୍ର ଅନିଲ ବିଶ୍ୱାଳ, ବରିଷ୍ଠ ନେତା ନିହାର ରାୟ, ଜିଲ୍ଲା ସଂପାଦକ ରବିନାରାୟଣ ଦାଶ, ନଗର ସଭାପତି ସୁନିଲ ଅଗ୍ରଓାଲ, ଚିନ୍ମୟ ପଣ୍ଡା, ଜୋସ୍ନା କର, ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.