oom

ଭଞ୍ଜସେନାର ମିଶ୍ରଣ ପର୍ବ

jsmm

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ବିଗତ ୨୭ ବର୍ଷର ନିରବଛିନ୍ନ ସଂଗ୍ରାମ ସହିତ ବିଶ୍ୱପ୍ରସିଦ୍ଧ ଜାତୀୟ ଅଭୟାରଣ୍ୟ ଆମ ଶିମିଳିପାଳ ଜୈବମଣ୍ଡଳର ସମ୍ପୂର୍ଣ୍ଣ ସୁରକ୍ଷା ସହିତ, ପରିବେଶ ସନ୍ତୁଳନ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା, ଭୁଶୁଡିପଡିଥିବା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା, ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ସହିତ ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ/ଆତ୍ମନିର୍ଭରଶୀଳ କରିବାର ଦାବି ନେଇ ଆସନ୍ତା ଜୁନ ମାସ ୧୮ତାରିଖ ବୁଧୁବାର ଭଞ୍ଜସେନା ପକ୍ଷରୁ ଯୋଉ”ଭୁବନେଶ୍ୱର ଚାଲ” ଦାବୀ ନେଇ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣ ଧାରଣା କାର୍ଯ୍ୟକ୍ରମ ହେବାକୁ ଯାଉଛି, ତାକୁ ସମର୍ଥନ କରିବା ସହିତ ଉକ୍ତ ଆନ୍ଦୋଳନ ରେ ପ୍ରତ୍ୟକ୍ଷ ଭାବେ ଜଡିତ ରହିବା ପାଇଁ ଆଜି ବାରିପଦା ବ୍ଲକ୍ ଅନ୍ତର୍ଗତ ଯତିପୁର ଅଞ୍ଚଳର ଏଵଂ ଖୁଣ୍ଟା ବ୍ଲକ ଯଦୁନାଥପୁର ଅଞ୍ଚଳର ମିଶି ପାଖାପାଖି ୫୦୦ରୁ ଉର୍ଦ୍ଧ ଯୁବ ଓ ଛାତ୍ର ସଂଗଠକ ମାନେ ବିଧିବଦ୍ଧ ଭାବେ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ଉପସ୍ଥିତିରେ ସାମିଲ ହୋଇଥିଲେ, ଉକ୍ତ ଦୁଇଟି ମିଶ୍ରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି ଏବଂ ଜିଲ୍ଲା ସମ୍ପାଦକ ଗୌରାଙ୍ଗ ଘଡେଇ, ବଡ଼ସାହି ବ୍ଲକ ସଭାପତି ରାକେଶ ଆଚାର୍ଯ୍ୟ, ଯୁବ ସଂଗଠକ ସଂଗ୍ରାମ ସେଠୀ, ବୁଧୁରାମ ସିଂ, ବାପୁନ ସିଂ, ଅମିତ ସିଂ, ଅନନ୍ତ ଘଡେଇ, ରାଜେଶ ଘଡେଇ, ଲକ୍ଷ୍ମଣ ଟୁଡୁ, ରାମଚନ୍ଦ୍ର ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ । ମୟୁରଭଞ୍ଜର ବିକାଶ ପାଇଁ ଆଗାମୀ ଦିନରେ ସମଗ୍ର ଜିଲ୍ଲାରୁ ଆହୁରି ବହୁ ସଂଖ୍ୟାରେ ଯୁବ ଓ ଛାତ୍ର ମାନେ “ଭଞ୍ଜସେନା”ରେ ସାମିଲ୍ ହେବେ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.