ଡେଲାଙ୍ଗର ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣ ଯାତ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏହା ୫ଦିନ ଧରି ଚାଲିବ ଏବଂ ଭାଦ୍ରବ କୃଷ୍ନପକ୍ଷ ପ୍ରତିପଦରେ ଝୁଲଣ ଯାତ୍ରା ଶେଷ ହେବ । ପ୍ରତ୍ୟେକ ଦିନ ଠାକୁରଙ୍କ ସଂଧ୍ୟା ଆଳତି ଓ କର୍ପୁୁର ଆଳତି ପରେ ଚାମର ଆଲଟ, ମସଲା, ଘଟଂଘଟାଂ, ମୃଦଙ୍ଗ, ବିଜେ କାହାଳୀ, ହୁଳହୁଳି, ଶଙ୍ଖଧ୍ୱନୀ ଆଦି ବଜାଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିରାଟ ପଟୁଆରରେ ଶହଶହ ଭକ୍ତଙ୍କ ଗହଣରେ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ସେଠାରେ ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ଆସ୍ଥାନ କରାଇ ପାଟଡୋର ସାହାର୍ଯ୍ୟରେ ଝୁଲା ଯାଇଥିଲା । ପ୍ରତ୍ୟେକ ସଂଧ୍ୟାରେ ମଠ ପକ୍ଷ୍ୟରୁ ଭଜନ, ସଂର୍କିତନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଏ । ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ ଭକ୍ତ, ଶ୍ରଦ୍ଦାଳୁଙ୍କ ସମେତ ବହୁସଂଖ୍ୟାରେ ଅଚଂଳବାସୀଙ୍କ ସମାଗମ ହୋଇଥାଏ । ସେହିପରି ବେନୁପଡା ମଠ, ଯୋରକଣୀ ମହାବୀର ମନ୍ଦିର ପରିସରରେ ଝୁଲଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.