କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା, ବିଇଓ କାର୍ଯ୍ୟାଳୟ ଜୟପାଟଣା ଅଧୀନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାଇକକେନ୍ଦୁମୁଣ୍ଡିର କର୍ତ୍ତବ୍ୟ ପରାୟଣା ଶିକ୍ଷୟିତ୍ରୀ ପ୍ରତିଭା ବାରିକଙ୍କ ଗତ ତା ୨୩/୧/୨୦୨୬ ରିଖ ପବିତ୍ର ସରସ୍ୱତୀ ପୂଜାର ଅପରାହ୍ନ ୧-୫୪ମି ସମୟରେ ହାଇଦ୍ରାବାଦ ସ୍ଥିତ ସିନ୍ଧୁ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କର ସ୍ୱାମୀ ଓ ଦୁଇ ପୁତ୍ର ଉପସ୍ଥିତ ଥିଲେ । ପୁରୀର ସ୍ଵର୍ଗଦ୍ଵାର ଠାରେ, ୨୫/୧/୨୦୨୬ ରିଖ ଦିନ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କ ନିଜ ଗ୍ରାମ ଗୋତରା, ନିଶ୍ଚିନ୍ତ କୋଇଲି, ଜିଲ୍ଲା -କଟକ ଠାରେ ଶୁଦ୍ଧି କ୍ରିୟା କର୍ମ କରାଯାଇଛି । ସ୍ୱର୍ଗତା ଶିକ୍ଷୟିତ୍ରୀ ଗତ ତା୧୫/୧୧/୨୦୧୨ ଠାରୁ ଏହି ଅଦ୍ୟାବଧି ବିଦ୍ୟାଳୟରେ କର୍ମରତ ରହି ତା ୨୨/୧୨/୨୦୨୫ ରିଖ ଦିନ ବଡଦିନ ଛୁଟିର ଶେଷକାର୍ଯ୍ୟ ଦିବସରେ ବିଦ୍ୟାଳୟ କାର୍ଯ୍ୟ ସମାପନ କରି ନିଜ ପରିବାର ରହୁଥିବା ହାଇଦ୍ରାବାଦକୁ ଯାଇଥିଲେ । ସେଠାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସିନ୍ଧୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତାଙ୍କ ଅବର୍ତ୍ତମାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ତଥା ଶିକ୍ଷକ ସମାଜରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଟ ୧୦୦୦୦/- ସହଯୋଗ ରାଶି ଦେବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ଦ୍ୱାରା ୩୮୬୧୦/- ଟଙ୍କା ପ୍ରଦାନ କରାଯାଇଥିଲା । ତାଙ୍କ ଅବର୍ତ୍ତମାନରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା, ବିଦ୍ୟାଳୟ ସଭାପତି କୁମୁଦ ମାଝୀ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ଠାକୁର, ଉପସଭାପତି ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ଲଳିତ କୁମାର ନାଏକ, ସାଧନ କେନ୍ଦ୍ର ସଂଯୋଜକ ଦୁର୍ଯ୍ୟୋଧନ ବାଣୁଆ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଯୋଗଦାନକରି ପୁଷ୍ପାର୍ଚ୍ଚନ ସହ ତାଙ୍କରି ସ୍ମୃତିଚାରଣ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର କର ସଭାର ଆୟୋଜନ କରି ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଦେବା ସହ ଆଗାମୀ ଦିନରେ ବିଦ୍ୟାଳୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଣେ ଶିକ୍ଷକ ଦେବାପାଇଁ ଉଚ୍ଚ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ।
Next Post