ଠିକାଦାରପଡାରେ ନବଦିନାତ୍ମକ ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ଠିକାଦାରପଡାରେ ନବଦିନାତ୍ମକ ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଗତ ୫ ନଭେମ୍ବରରେ ଭଜନ କୀର୍ତ୍ତନ ସହ ଅଧିବାସ ହୋଇ ୬ ନଭେମ୍ବରରୁ ରାମାୟଣ ପାରାୟଣ ଅନୁଷ୍ଠିତ କରାଯାଇଥିଲା । ୧୪ ନଭେମ୍ବରରେ ପୂର୍ଣ୍ଣାହୁତି କରାଯାଇ ଅଭିଷେକ ସହ କଳସ ବିସର୍ଜନ କରାଯାଇଥିଲା । ନଅ ଦିନ ଧରି ଚାଲିଥିବା ଏହି ପାରାୟଣ କାର୍ଯ୍ୟକ୍ରମରେ ନଅ ଜଣ କର୍ତ୍ତା ପୂଜାରେ ଯୋଗ ଦେଇଥିବା ବେଳେ ଅନେକ ଅତିଥି ଯୋଗଦାନ କରିଥିଲେ । ପୂଜା ସମାପନ ପରେ ପ୍ରତ୍ୟେକ ଦିନ ଅନ୍ନପ୍ରସାଦ ଗ୍ରହଣ କରି ଶହ ଶହ ପାରାୟଣ ଶ୍ରୋତା ଫେରୁଥିଲେ । ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିଲା । ପାରାୟଣ ବ୍ୟାସ ଭାବରେ ଇପସିତ ମିଶ୍ର ରାମାୟଣ ଗାନ କରୁଥିବା ବେଳେ ପୂଜକ ଭାବରେ ଦେବେନ୍ଦ୍ର ମିଶ୍ର ପୂଜାକାର୍ଯ୍ୟ ତୁଳାଉଥିଲେ । ଠିକାଦାରପଡା ରାମାୟଣ ପାରାୟଣ କମିଟିର ମନୋରମା ମିଶ୍ର, କୁସୁମ ଶତପଥୀ, ବୀଣାପାଣି ଆଚାର୍ଯ୍ୟ, ଦେବକୀ ବଗର୍ତ୍ତି, ସୁମିତ ମିଶ୍ର ଓ ରାକେଶ ବହିଦାର ସମସ୍ତ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.