oom

ଅଶୁର୍ଲା ଗାଁରେ ଚାଲିଥିବା ନୃସିଂହ ପାରାୟଣ ଉଦ୍‌ଯାପିତ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗାଁରେ ଦୀର୍ଘ ୧୩ ଦିନ ଧରି ଚାଲିଥିବା ନୃସିଂହ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଏହି ନୃସିଂହ ପାରାୟଣରେ କର୍ତ୍ତା ଭାବେ ହରିଶଙ୍କର ସଗରିଆ ଓ ତାଙ୍କ ସହ ଧର୍ମିଣୀ କୈକେୟୀ ସଗରିଆ ଦାୟିତ୍ଵ ନେଇଥିବା ବେଳେ ପୂଜକ ଭାବେ ଗିରିଶ କୁମାର ଦାସ ଓ ଜପକ ଭାବେ ବାଳକିଷାନ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ଉଦ୍‌ଯାପନୀ ଉତ୍ସବକୁ ଧୁମ୍‌ଧାମ୍‌ରେ ଖୋଲ ମୃଦୁଙ୍ଗର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ । ଗାଁରେ ଗୋଟିଏ ପ୍ରକାର ଭକ୍ତିମୟ ପରିବେଶ ସ୍ୱଷ୍ଟି ହୋଇଥିଲା । ଦୀର୍ଘ ୨ ବର୍ଷ ହେଲା କରୋନା କଟକଣା ପାଇଁ ଏହି ପାରାୟଣ ବନ୍ଦ ରହିଥିବା ବେଳେ ଏ ବର୍ଷ ପ୍ରବଳ ଉତ୍ସାହର ସହିତ ଆୟୋଜନ କରାଯାଇଥିଲା । ଏଥିରେ ଆୟୋଜକ କମିଟିର ସଦସ୍ୟ ଟଙ୍କଧର ସାହୁ, ଦୁର୍ବଳ ସାହୁ, ଭକର ନାଗ, ଗୋବିନ୍ଦ ସାହୁ, ଦେବେନ୍ଦ୍ର ସାହୁ, ବାବୁଲାଲ ସାହୁ, ସରୋଜ କୁମାର ଦାସ, ପିତାମ୍ବର ନାଗ, ବିନୋଦ ସଗରିଆ, ଚମାର ସାହୁ, ଝସକେତନ ସଗରିଆ, ରାମପ୍ରସାଦ ସାହୁ, ରାମଚନ୍ଦ୍ର ଦାସ, ଅଜିତ ସଗରିଆ ପ୍ରମୁଖଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ବର୍ଷ ହେଲା ଏହି ଗାଁରେ ନୃସିଂହ ପାରାୟଣ କରାଯାଉଛି ।

jittmm
Leave A Reply

Your email address will not be published.