om academy

କୁଡାସିଂହାରେ ସୁନ୍ଦରାକାଣ୍ଡ ପାରାୟଣ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମରେ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ତୁଳସୀ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବିଭୁଷିତ ପୂଜ୍ୟପାଦ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ପୀଠାଧିଶ୍ୱର ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାସାସନରେ ଉପବିଷ୍ଟ ହୋଇ ଅସୀତ କୁମାର ଷଡଙ୍ଗୀ ଯୋଗଦେଇ ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରି ପକାଇଥିଲେ । ପାରାୟଣ କାର୍ଯ୍ୟକ୍ରମରେ କୁଡାସିଂହା ଓ ନୂଆପଡା ଗ୍ରାମର ଅନେକ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ଭଗବାନଙ୍କର ଆଶୀର୍ବାଦ ନେଇଥିଲେ । ପାରାୟଣର ତାଳେ ତାଳେ ନାଟ୍ୟଭିନୟରେ ସୀତା, ହନୁମାନ ଓ ଲଙ୍କେଶ୍ୱରୀଙ୍କ ଅଭିନୟ ଉଚ୍ଚ କୋଟୀର ହୋଇଥିଲା । ଶେଷରେ ସହସ୍ରାଧିକ ଭକ୍ତବୃନ୍ଦ ଅନ୍ନ ପ୍ରସାଦ ଗ୍ରହଣ କରି କାର୍ଯ୍ୟକ୍ରମରୁ ବିଦାୟ ନେଇଥିଲେ । ଏହି ଉପଲକ୍ଷେ ପୂଜାକର୍ତ୍ତା ଭାବେ କୁବେର ସାହୁ ଓ କୌଶଲ୍ୟା ସାହୁ ଭାଗ ନେଇଥିଲେ । କୁଡାସିଂହାର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ସନ୍ଧ୍ୟାରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.