om academy

ବଲାଙ୍ଗିରରେ ସ୍ପେଶିଆଲ୍‌ ପରଠା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ବାସଭବନ ନିକଟରେ ଥିବା ମିଶନ ଶକ୍ତି ଷ୍ଟଲ୍‌ । ଟେରାକୋଟା ସାମଗ୍ରୀ ଏବଂ ମିଶନ ଶକ୍ତି ମା’ ମାନଙ୍କ ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ପାଇଁ ପରିଚୟ ହାସଲ କରିଥିଲା । ଏବେ କିନ୍ତୁ ଏହି ଷ୍ଟଲର ଆଉ ଏକ ପରିଚୟ ହେବାକୁ ଯାଉଛି । କେବଳ ଟେରାକୋଟା ଓ ହସ୍ତଶିଳ୍ପ ସାମଗ୍ରୀ ନୁହେଁ । ଏବେ ମିଶନ ଶକ୍ତି ଷ୍ଟଲ୍‌ରେ ମିଳିବ ମା’ଙ୍କ ହାତ ତିଆରି ସୁସ୍ୱାଦୁ ଜଳଖିଆ । ମିଶନ ଶକ୍ତି ଷ୍ଟଲ୍‌ ଠାରେ ଆଜିଠାରୁ ମିଳିବ ଟିଫିନ୍ । ଆଜି ପୌରାଧ୍ୟକ୍ଷା ଲିକା ସାହୁ ସେଠାରେ ଟିଫିନ୍ ଷ୍ଟଲର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଏହି ସ୍ଥାନରେ କେବଳ ମାଟି ସାମଗ୍ରୀ, ଟେରାକୋଟା ସାମଗ୍ରୀ ମିଳୁଥିଲା । ଏବେ କିନ୍ତୁ ଟିଫିନ୍ ବି ମିଳିବ । ମିଶନ ଶକ୍ତି ମା’ଙ୍କ ହାତରୁ ସୁସ୍ୱାଦୁ ଖାଇବା ଜିନିଷ ଉପଲବ୍ଧ ହେବ । ସକାଳୁ ସମସ୍ତ ପ୍ରକାର ଜଳଖିଆ ମିଳିବ । ଯାହାକି ସହରବାସୀ ଆରାମରେ ଆସି ଏଠାରେ ଜଳଖିଆ ଖାଇ ପାରିବେ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.