ମା’ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ : କୁଳିଆପଡାକୁ ପରାସ୍ତ କରି ଟିଟିଗାଁ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଜୋନ୍ ଭୂର୍ଷାଗୁଡ଼ା ପଞ୍ଚାୟତ ଟିଟିସିଲେଟ ଗ୍ରାମର ପଡ଼ିଆରେ ଚାଲୁଥିବା ମା’ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁଳିଆପଡା ଓ ଟିଟିଗାଁ ଫାଇନାଲ ମ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ କୁଳିଆପଡାକୁ ପରାସ୍ତ କରି ଟିଟିଗାଁ ଦଳ ଚାମ୍ପିଆନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଚାନ୍ଦୋତରା ସମିତିସଭ୍ୟାଙ୍କ ପ୍ରତିନିଧି ଘାସିରାମ ସାହୁ, ଭୂର୍ଷାଗୁଡ଼ା ସମିତି ସଭ୍ୟ ଦ୍ରୋପଦ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟିଟିଗାଁ ଚାମ୍ପିଆନ ଦଳକୁ ଟ୍ରଫି ସହିତ ୨୪.୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ସିନ୍ଧେକେଲାର ନୀଳକଣ୍ଠ ତ୍ରିପାଠୀ, ରାଜୀବ ସାହୁ, ଓମ୍ ସାହୁ, କାଳିଆ ତାଣ୍ଡି ଓ ଟିଟିସିଲେଟ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ । ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.