ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜିକୁ ୨-୧ ଗୋଲ୍‌ରେ ପରାସ୍ତ କରି ବଡ଼ଗମଡ଼ା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର ପଟୁଆ ଡୁଙ୍ଗରି ଖେଳପଡିଆରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ବିରିପାଲି ସରପଞ୍ଚ ସୁରେଶ ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବଳଧା ସରପଞ୍ଚ ଝସକେତନ ବାରିକ, ଧବଳେଶ୍ୱର ଛୁରା, ପୂର୍ବତନ ୱାର୍ଡ ମେମ୍ବର ବିନୋଦ ତେଜି, ହଜାରୀ ପୁଞ୍ଜି, ନଟବର ବେହେରା, ରାଧେଶ୍ୟାମ ତେଜୀ, ବିଶ୍ୱମ୍ବର ନାଏକ, ଅଜାମ୍ବିଳ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ଦ୍ଵିତୀୟ ମ୍ୟାଚ୍‌ରେ କଣ୍ଟାବାଞ୍ଜି ଓ ବଡ଼ଗମଡ଼ା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କଣ୍ଟାବାଞ୍ଜି ଦଳକୁ ୨-୧ ଗୋଲରେ ପରାସ୍ତ କରି ବଡଗମଡ଼ା ଦଳ ବିଜୟୀ ହୋଇଛି । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସେମ୍ବର ଭୋଇ ସହଯୋଗ କରିଥିଲେ । କପିଲାଭଟା ଗାଁର ଯୁବ କମେଣ୍ଟଟେଟର ପରମାନନ୍ଦ ଛତ୍ରିଆ ଓ ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଚକ୍ରଧର ପୁଞ୍ଜି, ସଦସ୍ୟ କେଶବ ଚନ୍ଦ୍ର ପୁଞ୍ଜି, ଚୁଡାମଣି ପୁଞ୍ଜି, ଚିନ୍ତାମଣି ବେହେରା, ସୁଧୀର କୁମାର ପୁଞ୍ଜି, କିଶୋର ବେହେରା, ଗୋପାଳ ବେହେରା, ପପୁ ବେହେରା, ଖୁସିରାମ ବେହେରା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.