oom

କୁରସୁଡସ୍ଥିତ ମହୁଲପଡ଼ା ଖେଳ ପଡିଆରେ ଅଶ୍ୱିନୀ ନାଏକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମଣ୍ଟର ଚାମ୍ପିଅନ ହେଲେ ପରାସରା ଟିମ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅଶ୍ଵିନି ନାଏକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ କୁରସୁଡସ୍ଥିତ ମହୁଲଭଟା ଖେଳ ପଡିଆରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ୨୪ ତାରିଖ ରବିବାର ଦିନଠାରୁ ଆରମ୍ଭ ହୋଇ ସାତଦିନ ଧରି ଖେଳ ହୋଇଥିଲା । ଆଜିର ଫାଇନାଲ ଖେଳ ପରାସରା ଓ ଦିଗସିରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ପରାସରା ଚାମ୍ପିଅନ ହୋଇ ୧୮୦୦୦ ଟଙ୍କା ସହିତ ଟ୍ରଫି ହାସଲ କରିଥିବା ବେଳେ ଦିଗସିରା ଦଳ ରନର୍ସଅପ୍ ହୋଇ ୧୦୦୦୦ ଟଙ୍କା ସହିତ ଟ୍ରଫି ହାସଲ କରିଛନ୍ତି । ମ୍ୟାନ୍ ଅଫ୍‌ ଦି ସିରିଜ୍ ଦିଗସିରା ଦଳର ରାଜେଶ ପୁଟେଲ, ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ପରାସରା ଦଳର ଯୁଗଳ ସିଂହ ବିବେଚିତ ହୋଇଛନ୍ତି । ଅମ୍ପାୟାର ଭାବେ କାହ୍ନା ଜୈନ ଓ ଟୁନୁ ସାହୁ ଖେଳକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ସଭାପତି ନରେଶ ଜାଲ, ସମ୍ପାଦକ ଗଣେଶ ସାହୁ, ଉପ ସଭାପତି କାହ୍ନା ଜୈନ, ସହ ସମ୍ପାଦକ ଟୁନୁ ସାହୁ, କୋଷାଧ୍ୟକ୍ଷ ନିହାର ରଞ୍ଜନ ବେହେରା ଆୟୋଜନ କରିଥିବା ବେଳେ ଆଜି ଫାଇନାଲ ଖେଳରେ ମୁଖ୍ୟ ଅତିଥି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନ, ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ନିମାଇଁ ଚରଣ ବେହେରା, କୃଷକ ସାଥୀ ବିଶ୍ୱଜିତ୍ ନାଏକ, ରମେଶ ଥପା, ପାର୍ଥବ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ କମିଟିର ରିକୁ ବାଗ, ରଜନୀ ସାହୁ, ଅଶୋକ ସାହୁ, ଦୁର୍ବାଦଳ ଶବର, ଜିତୁ ଭୋଇ, ଭବ ସାଗର ସାହୁ, ରାଜୁ ବିଭାର ଓ ତରୁଣ ବେହେରା ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.