ପାଇକମାଲରେ ସରକାରୀ ଜାଗାରେ ଥିବା ଘର ଭାଙ୍ଗିଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ବହୁ ପ୍ରତିକ୍ଷିତ ଘର ଭଙ୍ଗା କାର୍ଯ୍ୟକ୍ରମର ଅନ୍ତ ଘଟିଛି । ବୁଧବାର ସକାଳ ୧୦ ଟାରୁ ପାଇକମାଲ ସଡ଼କପଡ଼ାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ନୃସିଂହପଡ଼ା ଯାଏ ଘର ଭଙ୍ଗା କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ଝାରବନ୍ଧ ତହସିଲଦାର ଅଲେଖ ଘୁଟା ମାଜିଷ୍ଟ୍ରେଟ ଚାର୍ଜରେ ଥିବା ବେଳେ ପାଇକମାଳ ତହସିଲଦାର ସିନ୍ଧୁସୂତା ପାତ୍ର , ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ, ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ, ପାଇକମାଲ ତହସିଲର ଅଧୀନରେ ଥିବା ସମସ୍ତ ଆରଆଇ ଓ ଅମିନ ଅଂଶ ଗ୍ରହଣ କରିଥିଲେ । ପ୍ରଶାସନ ତରଫରୁ ସରକାରୀ ଜାଗାରେ ତିଆରି ହୋଇଥିବା ଘର ମାଲିକଙ୍କୁ ତିନିଥର ଘର ଭଙ୍ଗା ନୋଟିସ ଦେବାପରେ ଆଜି ଘର ଭଙ୍ଗା ଯାଇଥିଲା । ଅଧିକାଂଶ ଘର ମାଲିକ ନିଜେ ପ୍ରଶାସନ ତରଫରୁ ଚିହ୍ନିତ କରାଯାଇଥିବା ସରକାରୀ ଯାଗାକୁ ଆଗରୁ ଭାଙ୍ଗି ଦେଇଥିଲେ । ପାଖାପାଖି ଏକ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ିଥିବା ସଡ଼କପଡ଼ା ରାସ୍ତାଟି ଘର ଭଙ୍ଗା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଘର ଭଙ୍ଗିବା ସମୟରେ କେହି ଘର ମାଲିକ ଆପତ୍ତି କରି ନଥିବାରୁ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ବୋଲି ପାଇକମାଲ ତହସିଲଦାର ସିନ୍ଧୁସୂତ ପାତ୍ର ଓ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।

jittmm
Leave A Reply

Your email address will not be published.