centurian jitm

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା : ମେ ୨୮ରେ ରାୟ ଶୁଣାଇବେ ଏଡିଜେ କୋର୍ଟ

ପାଟଣାଗଡ଼ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା । ମେ ୨୮ରେ ଆସିବ ରାୟ । ପାଟଣାଗଡ଼ ଏଡିଜେ କୋର୍ଟ ରାୟ ଶୁଣାଇବେ । ଅଭିଯୁକ୍ତ ପୁଞ୍ଜିଲାଲକୁ କଣ ଦଣ୍ଡ ମିଳିବ ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆଜି ଉଭୟ ପକ୍ଷ ଓକିଲଙ୍କ ଆର୍ଗୁମେଣ୍ଟ ସରିଛି । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲଙ୍କ କହିବା ଅନୁସାରେ ଖୁବଶୀଘ୍ର କୋର୍ଟ ନିଜର ଫଇସଲା ଶୁଣାଇବେ । ପୁଞ୍ଜିଲାଲଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି । କ୍ରାଇମ୍‌ବ୍ରାଞ୍ଚ ଅନ୍ୟ ଦିଗ ଉପରେ ତଦନ୍ତ ନକରି ନିଜ କାମ ସାରିଦେଲା । ପୁଞ୍ଜିଲାଲଙ୍କ ବିରୁଦ୍ଧରେ ଯେତିକି ଅଭିଯୋଗ ଆସିନାହିଁ ଅନ୍ୟମାନଙ୍କ ଉପରେ ଅଧିକ ଅଭିଯୋଗ ଥିଲା । କିନ୍ତୁ ତଦନ୍ତ ସମୟରେ ସେମାନଙ୍କୁ ଥାନାକୁ ଡ଼କାଇ ପୁଣି ଛାଡ଼ି ଦିଆଯାଇଥିଲା । ତେଣୁ ତଦନ୍ତ ଠିକ୍ ବାଟରେ ଯାଇନଥିବା ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର କହିଥିଲେ । ଅନ୍ୟ ପକ୍ଷରେ ପୀଡିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନଗୋଙ୍କ କହିବା ଅନୁସାରେ, ଠିକ୍ ଭାବେ ତଦନ୍ତ ହୋଇଛି, ଯାହା ଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ । ସେପଟେ ମୃତ ସୌମ୍ୟଶେଖରଙ୍କ ବାପା କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ଠିକ୍‌ରେ ତଦନ୍ତ କରିଛି । ଆଗକୁ ଆମେ ନ୍ୟାୟ ପାଇବୁ ।

Leave A Reply

Your email address will not be published.