ଏବେ ବି ବଞ୍ଚି ରହିଛି ପରମ୍ପରା : ପଣ୍ଡରିପାଣି ସ୍ଵର୍ଗତ ଗୈାନ୍ତିଆଙ୍କ ଉତ୍ତରାଧିକାରୀ ଉପେନ୍ଦ୍ର ବରିହାଙ୍କୁ ଗୈାନ୍ତିଆ ଭାବେ ଅଭିଷେକ କଲେ ଗ୍ରାମବାସୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଧ୍ୟ କେତେକ ଗାଁରେ ପରମ୍ପରା ବଞ୍ଚି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ରାଜୁଡା ଶାସନ କାଳରେ ଜମିଦାର ଓ ଗୈାନ୍ତିଆ ଶାସନ ପ୍ରଚଳିତ ଥିଲା । ଲୋକ ମାନେ ଗାଁର ଗୋନ୍ତିଆ ଓ ମୂଳକରେ ଜମିଦାରଙ୍କ କଥା ମାନି ଚାଲୁଥିଲେ । ଗାଁରେ ଯାନିଯାତ୍ରା ପର୍ବ ପର୍ବାଣୀରେ ମଧ୍ୟ ଜମିଦାର ଓ ଗୋନ୍ତିଆଙ୍କ ମୂଖ୍ୟ ଭୂମିକା ନିର୍ବାହ କରୁଥିଲେ ଏବଂ ଗାଁ ଲୋକଙ୍କ ଗାଳିଗୁଲଜ, ଦୁଃଖ ସୁଖରେ ଗୋନ୍ତିଆ ଓ ଜମିଦାର ସମାଧାନ କରୁଥିବା ସହ ଗୋନ୍ତିଆ ଓ ଜମିଦାରଙ୍କ କଥାକୁ ଶିର୍ଷ ସ୍ଥାନରେ ରହି ପାଳନ କରୁଥିଲେ । ଜମିଦାର ହେଉକି ଗୈାନ୍ତିଆ ହେଉ ତାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଗୋନ୍ତିଆ ବଡ଼ ପୁଅଙ୍କୁ ଗୈାନ୍ତିଆ ପଗଡ଼ି(ପାଗା) ଦେଇ ଅଭିଷେକ କରାଯାଇଥାଏ । ଆଜି ମଧ୍ୟ ସେହି ପରମ୍ପରା ପ୍ରଚଳିତ ହେଉଥିବା ଦେଖିବାକୁ ମିଳିଛି । ପଦ୍ମପୁର ବ୍ଳକ ସର୍ଗିବାହାଲ ପଞ୍ଚାୟତ ପଣ୍ଡରିପାଣି ଯେଉଁ ଗାଁକି ଝାଞ ପାହାଡ଼ ପାଦଦେଶରେ ଅବସ୍ଥିତ ଏକ ଛୋଟିଆ ଗାଁରେ ଆଦିବାସୀମାନେ ବସବାସ କରନ୍ତି । ଗାଁ ଗୈାନ୍ତିଆ ନିରାକାର ବରିହା କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ସ୍ଵର୍ଗତ ଗୈାନ୍ତିଆ ଜଣେ ମେଲାପି ଓ ସରଳ ଲୋକ ଥିଲେ । ଗାଁ ର ସମସ୍ତଙ୍କ ସହ ମିଳିମିଶି ଦୁଃଖସୁଖରେ ସମଭାଗି ହେଉଥିଲେ । ତାଙ୍କର ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା । ଗାଁର ଲୋକେ ତାଙ୍କୁ ଗୈାନ୍ତିଆ ଭାବେ ସମ୍ମାନ ଦେଇ ମାନିଚଳୁଥିଲେ । ମୃତ୍ୟୁପରେ ତାଙ୍କ ପୁଅ ଉପେନ୍ଦ୍ର ବରିହାଙ୍କୁ ପରମ୍ପରା ଅନୁଯାୟୀ ଗ୍ରାମବାସୀ ଗୈାନ୍ତିଆ ଭାବେ ଉପେନ୍ଦ୍ରଙ୍କ ପଗଡ଼ି ଓ ଉତ୍ତରୀୟ ଦେଇ ଅଭିଷେକ କରିଥିଲେ । କରୋନା କଟକଣା ନିୟମ ଅନୁସାରେ ଗ୍ରାମବାସୀ ଗୈାନ୍ତିଆ ଭାବେ ଉପେନ୍ଦ୍ରଙ୍କୁ ଫୁଲଚନ୍ଦନ ପଗଡ଼ି ଅର୍ପଣ କରିଥିଲେ । ଅନୁଷ୍ଠିତ ଅଭିଷେକ କାର୍ୟ୍ୟକ୍ରମରେ ସୁରେନ୍ଦ୍ର ବରିହା, ୱ।ର୍ଡମେମ୍ବର ଲବସୁନା, ପରମେଶ୍ଵର ମାହାର, ଯଯାତି କେଶରୀ ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ପଦ ବରିହା, ଚିତ୍ରାଙ୍ଗଦା ସୁନା, ଜନ୍ମ ଭୂଏ ପ୍ରମୁଖ ସହଯୋଗ କରିଥିଲେ ।