oom

ପରାମର୍ଶଦାତା ସେବା ପାଇଁ ତାଲିମ ନେଲେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମନୁଷ୍ୟ ଏକ ସାସାଜିକ ପ୍ରାଣୀ । ସମାଜର ସମସ୍ତ ପ୍ରାଣୀ ମାନଙ୍କୁ ସମ୍ମାନ ଦେବା ଉଚିତ । ସେବା ମନୋଭାବ ନେଇ କାର୍ଯ୍ୟ କଲେ ଅନ୍ୟର ହୃଦୟକୁ ଜିଣି ହେବ ବୋଲି ଦ୍ୱିତୀୟ ଦିବସର ଜୁନିଅର ରେଡକ୍ରସ କାଉନସିଲର ମାନଙ୍କ ପ୍ରାଥମିକ ଚିକିତ୍ସା ତାଲିମ ଶିବିରରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ ରେଡକ୍ରସର ଅଫିସର ଡ. ଅଜୟ କୁମାର ତ୍ରିପାଠୀ, ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ, ମୁଖ୍ୟ ଉପଦେଷ୍ଟା ସନାତନ ଠାକୁର, ଶିବିରର ସଂଯୋଜକ ତଥା ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ସୁନ୍ଦରଗଡ ଜିଲ୍ଲାର ଯୋଗିମାଲ ମହାବିଦ୍ୟାଳୟ ଅଧ୍ୟାପକ ତଥା ପ୍ରାଥମିକ ଚିକିତ୍ସା ଅଧ୍ୟାପକ ସୁମନ୍ତ କୁମାର ଦ୍ୱିବେଦୀ, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକରେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାଧନ କର୍ମି ବିକାଶ ରଂଜନ ସାହୁ ସଂଯୋଜନା କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲାର ପରାମର୍ଶଦାତା ରାମ ନାରାୟଣ ଦାଶ, ଅରବିନ୍ଦ କୁମ୍ଭାର, ପ୍ରଭାକର ଛନ୍ଦ, ରଶ୍ମୀରାଣୀ ଦାଶ, ସୋନପୁରର ଆଶିଷ ନାୟକ, ସସ୍ମିତା ସାହୁ, ସଦାନନ୍ଦ ନାଏକ, ବୌଦ୍ଧ ଜିଲ୍ଲାର ସନ୍ତୋଷ କୁମାର ସ୍ୱାଇଁ, କବିତା ସାହୁ, ନବ କିଶୋର ଦୀପ, କନ୍ଧମାଳ ଜିଲ୍ଲାର ମନୋଜ ଭୋଇ, ସୁନୀତା ଦିଗଲ, ରାମକୃଷ୍ଣ ପାଣିଗ୍ରାହୀ, ବରଗଡ ଜିଲ୍ଲାର ସେବା ବିନିମୟ ଯୁକ୍ତା ବାରିକ, ମନୋହର ଦାଶ, ହେମନ୍ତ କୁମାର ସାମଲ, ସମ୍ବଲପୁର ଜିଲ୍ଲାର ସୁଜାତା ବାରିକ, ଆନନ୍ଦ ଦଣ୍ଡସେନା, ପ୍ରତାପ ଚନ୍ଦ୍ର ସେନାପତି, ନୂଆପଡା ଜିଲ୍ଲାର ଜୟଦେବ ବେହେରା, ଅନିଲ କୁମାର ସା, ସୁନ୍ଦରଗଡ ଜିଲ୍ଲାର ଅମରଦୀପ କୁଜୁର, ହାବିଲ କିସାନ, କବିତା ମଂଜରୀ ମହନ୍ତ ପ୍ରମୁଖ ୨୫ ଜଣ ଶିବିରାର୍ଥୀ ତାଲିମ ଶିବିରରେ ଯୋଗଦାନ କରିଛନ୍ତି । କାର୍ଯ୍ୟକ୍ରମରେ ହେମନ୍ତ ପଧାନ, ରଂଜିତ ବେହେରା, ସତ୍ୟନାରାୟଣ ବିଶ୍ୱାଲ, କୃଷ୍ଣ ବାଗ, ପ୍ରହଲ୍ଲାଦ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.