oom

ନିଃଶୁକ୍ଲ ମଧୁମେହ ରୋଗୀ ଚିହ୍ନଟ ଓ ପରାମର୍ଶ ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟସ୍ସ କ୍ଲବ ପାଇକମାଲ ଓ ନୃସିଂହନାଥ ଆନୁକୂଲ୍ୟରେ ଲାୟସ୍ସ କ୍ଲବ ସଭାପତି ଜନାର୍ଦ୍ଦନ ପଣ୍ଡାଙ୍କ ନେତୃତ୍ବରେ ନରସିଂହ ମେଡିକାଲ ଷ୍ଟୋର ଠାରେ ନିଃଶୁକ୍ଲ ମଧୁମେହ ଚିହ୍ନଟ ଓ ପରାମର୍ଶ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପାଇକମାଲ ଆଇଆଇସି ବିଶ୍ୱଜିତ ମନୋବଧ ଓ ପାଇକମାଲ ଡାକ୍ତର ଶ୍ରୀଧର ସାହୁ ଉଦ୍‌ଘାଟନ କରିଥିଲେ । ଶିବିରରେ ଡାକ୍ତର ସୁରଜିତ କୁମାର ପାତ୍ର ମଧୁମେହ ରୋଗ ବିଶେଷଜ୍ଞ ଭୁବନେଶ୍ୱର ଯୋଗଦାନ କରିଥିଲେ । ଏହି ଶିବିରରେ ଡାକ୍ତର ରାଜୀବ ପଟ୍ଟନାୟକ, ଡା ଲମ୍ବୋଦର ପଣ୍ଡା ସହଯୋଗ କରିଥିଲେ । ଶିବିରରେ ମୋଟ ୧୦୦ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୬୦ ଜଣଙ୍କର ମଧୁମେହ ଚିହ୍ନଟ ହୋଇଥିଲେ । ଲାୟସ୍ସ କ୍ଲବର ଏହି ଆୟୋଜନକୁ ପାଇକମାଲ ଜନ ସାଧାରଣରେ ପ୍ରଂଶସା କରାଯାଇଛି । ମଧୁମେହ ରୋଗ ପ୍ରତି ସଚେତନ ଓ ପରାମର୍ଶ ହିଁ ରୋଗର ନିଦାନ ଏବଂ ଏହି ରୋଗ ପାଇଁ ଆବଶ୍ୟକୀୟ ସତର୍କତା ନେବା ବିଧେୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଲାୟସ୍ସ କ୍ଲବର ଉପସଭାପତି ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ୟାମଲାଲ ପ୍ରଧାନ, ରାମରତନ ପୁରୋହିତ, ନନ୍ଦଲାଲ ନାଏକ, ଆନନ୍ଦ ଅଗ୍ରୱାଲ, ନିତେଶ କୁମାର ଗୁପ୍ତା, ଯୋଗେଶ୍ବର ସାହୁ, ସୁମିତ ପୁରୋହିତ, ମୀନକେତନ ବେହେରା, ସୁନ୍ଦର ମଣି ନାଏକ ତଥା ଅନ୍ୟାନ୍ୟ ଲାୟସ୍ସ କ୍ଲବର ସଦସ୍ୟ ସମୟ ଦେଇ ଶିବିରକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

jittmm
Leave A Reply

Your email address will not be published.